ଜମିବାଡ଼ି ବିବାଦକୁ ନେଇ ବାପା-ପୁଅଙ୍କୁ ଏସିଡ଼ ମାଡ଼
ପୁରୀ: ଉଗ୍ର ହେଲା ଜମିବାଡି ବିବାଦ । ଏହାକୁ ନେଇ ବାପ ପୁଅଙ୍କୁ ଏସିଡ ମାଡ଼ । ଏସିଡ ମାଡ଼ରେ ଉଭୟ ଗୁରୁତର ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଉଆସପଦର ଗାଁରେ । ଗୁରୁତର ଦୁଇଜଣଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଉଛନ୍ତି ଅଧିକାରୀ ତରେଇ ଏବଂ ରାଜେନ୍ଦ୍ର ତରେଇ ।

ମିଳିଥିବା ସୂଚନା ଅନୁସାରେ, ଉଆସପଦର ଗାଁର ସନ୍ତୋଷ ମହାରଣା ଓ ଅଧିକାରୀ ତରେଇଙ୍କ ପରିବାର ଭିତରେ ବିବାଦ ରହିଛି । ଗତକାଲି ସେହି ବିବାଦ ଉଗ୍ରରୂପ ନେଇଥିଲା । ଅଧିକାରୀ ତରେଇ ଓ ତାଙ୍କ ପୁଅ ରାଜେନ୍ଦ୍ର ତରେଇ ବିଲରେ କାମ କରୁଥିବା ବେଳେ ସନ୍ତୋଷ ମହାରଣା ସେମାନଙ୍କ ଉପରକୁ ଏସିଡ୍ ମାଡ କରିଥିଲେ ।
ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଗୁରୁତର ହେବାରୁ ବାପ-ପୁଅଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥଛି । ଏସିଡ୍ ଆକ୍ରମଣକୁ ନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ସନ୍ତୋଷଙ୍କୁ ଅଟକ ରଖି ପଚରାଉଚରା କରୁଛି ।












Click it and Unblock the Notifications