ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ଗିରଳ ଜଙ୍ଗଲରେ ଲୁଚିଥିଲା ସନ୍ତୁ
ପୁରୀ: ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ । ସନ୍ତୋଷ ବାରିକ ଓରଫ (ସନ୍ତୁ)କୁ ଏନକାଉଣ୍ଟର କରିଛି ପୋଲିସ୍ । ଗିରଳ ଜଙ୍ଗଲରେ ଲୁଚିଥିଲା ଅପରାଧୀ ସନ୍ତୁ ।

ମିଳିଥିବା ସୂଚନା ଅନୁସାରେ, ସନ୍ତୁ ବାରିକ ପୁରୀ-ବ୍ରହ୍ମଗିରି ରାସ୍ତା ଗିରଳ ଜଙ୍ଗଲରେ ଲୁଚିଥିଲା । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୁରୀ ପୋଲିସ । ଏହି ସମୟରେ ଖସିବାକୁ ଉଦ୍ୟମ କରିଥିଲା ସନ୍ତୁ । ପରେ ପୋଲିସ ସହ ଗୁଳି ବିନିମୟ ବେଳେ ଅପରାଧୀ ସନ୍ତୁ ବାରିକର ଗୋଡ଼ରେ ବାଜିଥିଲା ପୋଲିସର ଗୁଳି ।
ଏ ନେଇ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି । ଏକ ମାମଲାରେ ଫେରାର ଥିଲା ସନ୍ତୁ । ବ୍ରହ୍ମଗିରି ଥାନାରେ ସନ୍ତୁ ନାମରେ ଦୁଇଟି ମାମଲା ରୁଜୁ ହୋଇଛି । କିଛିଦିନ ତଳେ ମହିଳାଙ୍କୁ ଗୁଳି କରି ଫେରାର ଥିଲା ସନ୍ତୁ । ସନ୍ତୁ ନାଁରେ ବିଭିନ୍ନ ଥାନାରେ ଅକାଧିକ ମାମଲା ରହିଛି ।












Click it and Unblock the Notifications