Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଭିନ୍ନ ଭିନ୍ନ ଦୁର୍ଘଟଣାରେ 5 ମୃତ, 3 ଆହତ

ଭଦ୍ରକ/କୋଣାର୍କ/ଅନୁଗୁଳ: ସକାଳୁ ସକାଳୁ ଏକ ଦୁଃଖଦ ଖବର ମିଳିଛି । ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣାରେ 5 ଜଣଙ୍କର ଜୀବନହାନି ହୋଇଛି । ଏହା ସହ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଏଥି ମଧ୍ୟରୁ 4 ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବିଦ୍ୟୁତ ତାର ଲାଗି ପ୍ରାଣ ହରାଇଛନ୍ତି ।

accident

ଭଦ୍ରକରେ ଟ୍ରକ ପଛରୁ ସ୍କର୍ପିଓ ଧକ୍କା ଦେଇଛି । ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍କର୍ପିଓ ଡ୍ରାଇଭର ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା ଏହି ସ୍କର୍ପିଓ । ଭଦ୍ରକର 16 ନମ୍ବର ଜାତୀୟ ରାଜପଥ ନଳାଙ୍ଗ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ସ୍କର୍ପିଓ ଟି ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଏହି ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପେଟ ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟଲୋଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ହେଲେ ଏବେ ଯାଏଁ ମୃତାହତଙ୍କ ପରିଚୟ ମିଳିନାହିଁ ।

ସେହିପରି ଅନୁଗୁଳରେ ମଧ୍ୟ ସଡ଼କ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ କରତପଟା ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ଦୁଇ ବାଇକ୍ ଆରୋହୀ ହେଲେ ମଧୁପୁର ଗାଁର ମନୋଜ ନାଏକ ଏବଂ ଦୁର୍ଗାପୁର ଗାଁର ଭୁବନ ପ୍ରଧାନ ।

ଅପରପକ୍ଷରେ କୋଣାର୍କରେ ରାସ୍ତାରେ ଝୁଲିଥିବା ବିଦ୍ୟୁତ୍‌ ତା'ର ଯୋଗୁଁ ଜଣଙ୍କର ଜୀବନ ଚାଲିଯାଇଛି । ବିଦ୍ୟୁତ୍‌ ତା'ର ଲାଗି ଚନ୍ଦ୍ରଭାଗା ବ୍ୟବସାୟୀ ସଂଘ ସଭାପତିଙ୍କ ମୃତ୍ୟୁ ହୋଇଛି । କୋଣାର୍କ-ଚନ୍ଦ୍ରଭାଗା ରାସ୍ତାର ହେଲିପ୍ୟାଡ୍‌ ନିକଟରେ ଅଘଟଣ ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+