ଅଧା ରହିଗଲା ଜଗା ଦର୍ଶନ, ଅଟୋ ଧକ୍କାରେ 2 ମୃତ, 8 ଗୁରୁତର
ଯାଜପୁର: ଅଧା ରହିଗଲା ଜଗା ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଉଥିବା ବେଳେ ଟ୍ରକ୍ ଧକ୍କାରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ 8 ଜଣ ଗୁରୁତର ଆହତ ହୋଇଛନ୍ତି ।

ଜଗା ଦର୍ଶନ ଲାଗି ଭଦ୍ରକର ତିନି ପରିବାରର 10 ଜଣ ଅଟୋରେ ବାହାରିଥିଲେ । 16 ନଂ ଜାତୀୟ ରାଜପଥରେ ଥିବା ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏହାସହ 8 ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ବିଷମ କଟକ ଅଞ୍ଚଳର 11ବର୍ଷ ନାବାଳକ ଶିବେନ୍ଦ୍ର ମହାପାତ୍ର ଓ ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳର 20 ବର୍ଷୀୟ ବାଳିକା ପୂଜା ସାହୁ ।
ଗୁରୁତର 8 ଜଣଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 2ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣାରେ ଅଟୋ ଚାଳକ ଲଳିତ କୁମାର ନାୟକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି ।
ଖବର ପାଇ ପ୍ରଥମେ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପିଂ ହ୍ୟାଣ୍ଡ ଗ୍ରୁପର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଦୁଇ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଜାରି ରଖିଛି ।












Click it and Unblock the Notifications