ନନ୍ଦନକାନନରେ ଅଘଟଣ, ଟ୍ରାନ୍ସଫର୍ମର ମିଟର ୟୁନିଟ ଫାଟି 3 ଗୁରୁତର

ଭୁବନେଶ୍ୱର: ନନ୍ଦନକାନନରେ ବଡ଼ ଧରଣର ଦୁର୍ଘଟଣା । ପ୍ରାଣୀଉଦ୍ୟାନରେ ନୂତନ ଭାବେ ନିର୍ମିତ ହେଉଥିବା ରୋପୱେ ନିକଟରେ ଘଟିଛି ଅଘଟଣ । ରୋପୱେ ସ୍ଥଳରେ ନବ ନିର୍ମିତ ବିଦ୍ୟୁତ୍ ଟ୍ରାନ୍ସଫରମର ମିଟର ୟୁନିଟ ଫାଟିବାରୁ 3 ଜଣ ଅତି ଗୁରୁତର ହୋଇଛନ୍ତି ।
ଗୁରୁତର ତିନି ଜଣଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅତି ଗୁରୁତର ହେବାରୁ ଅନ୍ୟତ୍ର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଆହତଙ୍କ ମଧ୍ୟରେ ଜଣେ ନନ୍ଦନକାନନର ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ଶିବରାମ ସାହୁ ହୋଇଥିବା ବେଳେ 2ଜଣ ପଶ୍ଚିମବଙ୍ଗର ରୋପୱେର କର୍ମଚାରୀ ସୋମୁ ବାନାର୍ଜୀ ଓ ସୌମ୍ୟ ବାନାର୍ଜୀ ବୋଲି ଜଣାପଡ଼ିଛି । ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷନଙ୍କ ସହ ଯୋଗାଯୋଗ ହୋଇଥିଲେ ସୁଦ୍ଧା କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଅସାବଧାନତା ଯୋଗୁଁ ଅଘଟଣ ଘଟିଛି ବୋଲି ଅନୁମାନ କରାଯାଉଛି । ଘଟଣାର ତଦନ୍ତ ଚାଲିଛି ବୋଲି ମୁଖ୍ୟ ଇଲେକଟ୍ରିକ ଇଞ୍ଜିନିୟର ସୂଚନା ଦେଇଛନ୍ତି ।












Click it and Unblock the Notifications