ତାଳଧ୍ଵଜର ଦଉଡି ଛିଣ୍ଡିଲା, ଆହତ ହେଲେ ଶ୍ରଦ୍ଧାଳୁ

ମାର୍କେଟ୍ ଛକ ନିକଟରେ ଛିଡିଲା ତାଳଧ୍ୱଜ ରଥ ଦଉଡ଼ି । 8 ଶ୍ରଦ୍ଧାଳୁ ଆହତ । ସମସ୍ତଙ୍କୁ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ରଥଟାଣିବା ବେଳେ ଆହତ ହୋଇଛନ୍ତି ଶ୍ରଦ୍ଧାଳୁ ।
ଅନ୍ୟପକ୍ଷେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ରଥ ଟାଣିବା ବେଳେ ଗରମ ଓ ଗୁଳୁଗୁଳିରେ ଅଣନିଃଶ୍ୱାସୀ ହୋଇପଡିଥିଲେ । ଭିଡି ଭିତରେ ପ୍ରାୟ 8 ଜଣ ଭକ୍ତ ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହା ବାଦ୍ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଚାଲିଚି । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ରଥଟଣା ବି ଆରମ୍ଭ ହୋଇଥିଲା । 4.30 ବେଳେକୁ ତାଳଧ୍ୱଜ ରଥ ସିଂହ ଦ୍ୱାରରେ ପହଞ୍ଚି ସାରିଛି । ଏହା ପରେ ପଛକୁ ପଛ ଆସୁଛି ଦର୍ପଦଳନ ଓ ନନ୍ଦିଘୋଷ । ଆଜି ବାହୁଡା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।












Click it and Unblock the Notifications