ଶୃଙ୍ଖଳିତ ହେବ ଜଗା ଦର୍ଶନ, ଏସି ଟନେଲରେ ଯିବେ ଶ୍ରଦ୍ଧାଳୁ

ପୁରୀ: ଶୃଙ୍ଖଳିତ ହେବ ଜଗା ଦର୍ଶନ । ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଏନେଇ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେଲା ସେଂଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଲ୍ୟାଣ୍ଡ ସର୍ଭେ ଆରମ୍ଭ ହୋଇଛି । ଡିଜାଇନ୍ ଅନୁସାରେ 84 ମିଟର ଲମ୍ବ, 12 ମିଟର ଚଉଡ଼ା ଓ 8 ଲେୟର ବିଶିଷ୍ଟ ହେବ ଏହି ଟନେଲ ।

shreemandir

ପ୍ରାରମ୍ଭିକ ପର୍ଯ୍ୟାୟରେ ମରଚିକୋଟ ଛକରୁ ଶ୍ରୀନଅର ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ଉଠାଦୋକାନୀଙ୍କୁ ହଟାଯାଇଛି । ଏଥି ସହିତ ମରଚିକୋଟ ଛକର ବଡଦାଣ୍ଡ ଭେଣ୍ଡିଂ ଜୋନ୍ ମୁକ୍ତ ହୋଇଛି । ଏସି ଟନେଲ୍‌ ଛାୟା ସେଡ୍ ପାଇଁ ଆଜିଠାରୁ ସର୍ଭେ ଆରମ୍ଭ ହୋଇଯାଇଛି । ୮୪ ମିଟର ଲମ୍ବା ଓ ୧୨ ମିଟର ଓସାରର ଏହି ଟନେଲର ନିର୍ମାଣ କାର୍ଯ୍ୟ ଚଳିତ ଡିସେମ୍ବର ୨୫ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ କହିଛନ୍ତି।

ଟନେଲ ନିର୍ମାଣ ଠିକା ସଂସ୍ଥାର କର୍ମଚାରୀ ଅନିଲ ନାୟକ କହିଛନ୍ତି, ଆଗାମୀ ଦିନରେ ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ ହେବ । ନୂଆବର୍ଷରେ ଭକ୍ତମାନେ ନୂଆ ଅନୁଭୁତି ପାଇପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ବଡଦାଣ୍ଡରେ କଳେବର ହେଉଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେଣ୍ଟ୍ରାଲ ଏସି ଟନେଲ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଲ୍ୟାଣ୍ଡ ସର୍ଭେ ହେଉଛି । ଡିଜାଇନ ଅନୁସାରେ ଏହା 84ମିଟର ଲମ୍ବା, 12ମିଟର ଚଉଡ଼ା ଓ 5 ଲେୟାର ବିଶିଷ୍ଟ ହେବ । ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଟନେଲ ବଡଦାଣ୍ଡର ଶ୍ରୀକୃଷ୍ଣ ସିନେମା ହଲ ଗଳି ପାର୍ଶ୍ୱରେ ନିର୍ମାଣ କରାଯାଉଛି ।

ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଏନେଇ ଠିକାସଂସ୍ଥା ଦ୍ୱାରା ସର୍ଭେ କରାଯାଇ ନିର୍ମାଣ ଆରମ୍ଭ କରାଯାଉଛି । ଏହି ଲମ୍ବା ସେଡରେ ପ୍ରାୟ 15 ଟି ଖୁଣ୍ଟି ଓ ସଂପୂର୍ଣ୍ଣ ପାଲ ଆଚ୍ଛାଦିତ ଏସି ଟନେଲ ଡିଜାଇନ ସେଡ୍ ସହ ଷ୍ଟିଲ ବେରିକେଡ, ବସିବା ପାଇଁ ବ୍ୟବସ୍ଥା ଆଦି ସୁବିଧା କରାଯାଉଛି । ଡିସେମ୍ବର 25 ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ରହିଛି । ଏହାଦ୍ୱାରା ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି ।

ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି, ପୁରୀ ବଡଦାଣ୍ଡ 'ନୋ ଭେଣ୍ଡିଂ ଜୋନ୍' ହେବ । ଭକ୍ତଙ୍କ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏହି ପଦକ୍ଷେପ ନିଆଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମରଚିକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁପାର୍ଶ୍ବରୁ ଉଠାଦୋକାନ ହଟାଯାଇଛି। ମରଚିକୋଟ ଛକର ଉଭୟ ପାର୍ଶ୍ୱରେ ଥିବା ପାଞ୍ଚଶହରୁ ଊର୍ଦ୍ଧ୍ବ ଉଠାଦୋକାନକୁ ହଟାଯାଇ ସେମାନଙ୍କୁ ଜଗନ୍ନାଥ ବଲ୍ଲଭରେ ଭେଣ୍ଡିଂଜୋନ୍ କରାଯାଇ ଥଇଥାନ କରାଯାଉଛି। ଆଉ ଏବେ କ୍ଷତିପୂରଣ ବାବଦରେ ଦୋକାନ ପିଛା ମାସିକ 15ହଜାର ଟଙ୍କା ଦୁଇମାସ ପ୍ରଦାନ କରାଯିବ ।

ସେପଟେ ସରକାରଙ୍କ ଥଇଥାନ ନୀତିକୁ ନେଇ ଉଠାଦୋକାନୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବଡ଼ଦାଣ୍ଡ ଭଳି ବେପାର ସେଠାରେ ହେବନାହିଁ। ଏଣୁ ମାର୍କେଟ ଛକରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଉଠାଦୋକାନକୁ ଉଛେଦ କରାଯାଉ। ଆଉ ସଠିକ ଥଇଥାନ ଅବଲମ୍ବନ କରାଯାଉ ବୋଲି ଉଠାଦୋକାନୀ ସଂଘ ଦାବି କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+