ଏକମୋ ଚିକିତ୍ସାଧୀନ ଅଭିଷେକଙ୍କ ଦେହାନ୍ତ
କରୋନା ସଂକ୍ରମିତ ହୋଇ ଏକମୋ ଚିକିତ୍ସାଧୀନ ଥିବା ଅଭିଷେକ ମହାପାତ୍ରଙ୍କ ଦେହାନ୍ତ ହୋଇଛି । କରୋନା ସଂକ୍ରମିତ ହେବା ପରେ ସେ କୋଲକାତାରେ ଏକ୍ମୋ ଚିକିତ୍ସାଧୀନ ଥିଲେ ।
ଭୁବନେଶ୍ୱର : କରୋନା ସଂକ୍ରମିତ ହୋଇ ଏକମୋ ଚିକିତ୍ସାଧୀନ ଥିବା ଅଭିଷେକ ମହାପାତ୍ରଙ୍କ ଦେହାନ୍ତ ହୋଇଛି । କରୋନା ସଂକ୍ରମିତ ହେବା ପରେ ସେ କୋଲକାତାରେ ଏକ୍ମୋ ଚିକିତ୍ସାଧୀନ ଥିଲେ । କୋଭିଡରେ ଆକ୍ରାନ୍ତ ହେବା ପରେ ଅଭିଷେକ ମହାପାତ୍ରଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଥିଲା ।

ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ 22 ଦିନ ଭେଣ୍ଟିଲେଟରେ ଥିବାବେଳେ ଅଭିଷେକଙ୍କୁ ଏକ୍ମୋ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ କୋଲକାତା ନିଆଯାଇଥିଲା । ଜୁଲାଇ 9 ତାରିଖରୁ ଅଭିଷେକଙ୍କର କୋଲକାତାରେ ଏକ୍ମୋ ଚିକିତ୍ସା ଚାଲିଥିଲା । ଗତକାଲି ରାତି 10 ଟା 45 ବେଳକୁ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।
ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ଗୁରୁତର ହୋଇପଡିଥିଲା ଯେ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା । କରୋନା ସଂକ୍ରମିତ ଅଭିଷେକ ପରବର୍ତ୍ତୀ ମସୟରେ ନିମୋନିଆରେ ଆକ୍ରାନ୍ତ ହୋଇପଡିଥିଲେ ।












Click it and Unblock the Notifications