ଏଣିକି ରାତିରେ ମିଳିବ ଆହାର, ଏହି ମେଡିକାଲ ନିକଟରେ ଖୋଲା ରହିବ ଆହାର କେନ୍ଦ୍ର
ଭୁବନେଶ୍ୱର: ଏଣିକି ଦିନ ସହ ରାତିରେ ବି ଖୋଲିବ ଆହାର କେନ୍ଦ୍ର । ଆଉ ହଇରାଣ ହେବେନି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ଭୁବନେଶ୍ୱରସ୍ଥିତ ଏମ୍ସ ନିକଟରେ ରାତି ସମୟରେ ମଧ୍ୟ ଖୋଲା ରହି ଆହାର କେନ୍ଦ୍ର ।
ଆଜିଠାରୁ ଏମ୍ସ ନିକଟରେ ରାତିରେ ଖୋଲିବ ଆହାର କେନ୍ଦ୍ର । ବିଏମସି ପକ୍ଷରୁ ଏହି କେନ୍ଦ୍ରକୁ ରାତିରେ ଖୋଲାଯିବ । ରାତିରେ ରୋଗୀଙ୍କ ପରିବାର ଲୋକଙ୍କୁ ସହାୟ ହେବ ଏହି ଆହାର କେନ୍ଦ୍ର ।

ସପ୍ତାହ ଯାକ ରାତିରେ ଖାଦ୍ୟ ମିଳିବ । ଦୁଇଟି ସେଣ୍ଟରରେ ରାତିରେ ମିଳିବ 800 ମିଲ୍ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ବହୁମାତ୍ରାରେ ରୋଗୀ ଆସୁଛନ୍ତି । ରାତିରେ ହୋଟେଲ ବନ୍ଦ ରହୁଥିବାରୁ ରୋଗୀ ଏବଂ ତାଙ୍କ ସାଥିରେ ଆସୁଥିବା ଆଟେଣ୍ଡାଣ୍ଟଙ୍କ ଖାଇବାରେ ଅସୁବିଧା ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାତିରେ ଆହାର କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାତି ଆହାର କେନ୍ଦ୍ରକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ପୂର୍ବରୁ ଏଠାରେ ଦିନବେଳା ମଧ୍ୟ ଆହାର କେନ୍ଦ୍ର ଖୋଲାଯାଇ ସେବା ଯୋଗାଇ ଦିଆଯାଉଛି ।












Click it and Unblock the Notifications