ଜୀବନ ନେଲା ବଜ୍ରଘାତ, ଜୀଅନ୍ତା ଜଳିଗଲେ ଯୁବକ... ମହିଳା ଗୁରୁତର
ବାଲେଶ୍ୱର: ବଜ୍ରପାତରେ ଚାଲିଗଲା ଜୀବନ । ଜୀଅନ୍ତା ଜଳିଗଲେ ଜଣେ ଯୁବକ ଏବଂ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ଆଜି ସକାଳୁ ସକାଳୁ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଥିଲା । ବଜ୍ରପାତରେ ଏକ ଚାଳ ଘର ସହ ଜୀଅନ୍ତା ଜଳିଯାଇଛନ୍ତି ଯୁବକ । ଏଥିସହ ବଜ୍ରପାତରେ ଜଣେ ମହିଳା ଗୁରୁତର ହୋଇ ପଡ଼ିଛନ୍ତି ।
ମୃତ ଯୁବକଜଣକ ହେଲେ ଭୋଗରାଇର ଟୁକୁରି ହାଜିରା ପଞ୍ଚାୟତର ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନ ପରମାଣିକ । ଗୁରୁତର ହୋଇଥିବା ମହିଳାଜଣକ ହେଲେ ପସରବିନ୍ଧା ଗ୍ରାମର ମୃତୁଞ୍ଜଜୟ ଘଢ଼ାଇଙ୍କ ବୋହୂ । ରଞ୍ଜନ ଆଜି ସକାଳେ ଚିଙ୍ଗୁଡ଼ି ଘେରିକୁ ଯାଇଥିଲେ । ଉକ୍ତ ସମୟରେ ପ୍ରବଳ ବର୍ଷା ହେବାରୁ ସେ ନିକଟସ୍ଥ ଏକ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ । ଉକ୍ତ ସମୟରେ ହଠାତ୍ ବଜ୍ରପାତ ମାରିବାରୁ ଘର ସହ ଜୀଅନ୍ତା ଜଳି ଯାଇଥିଲେ ରଞ୍ଜନ ।
ଆଜି ସକାଳେ ବଜ୍ରପାତ ମାରୁଥିବା ସମୟରେ ପସରବିନ୍ଧା ଗ୍ରାମର ମୃତୁଞ୍ଜଜୟ ଘଢ଼ାଇଙ୍କ ବୋହୂ ମୋବାଇଲ ବ୍ୟବହାର କରୁଥିଲେ । ଉକ୍ତ ସମୟରେ ବଜ୍ରଘାତରେ ସର୍ଟସର୍କିଟ ଯୋଗୁ ସେ ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications