ମାତୃତ୍ୱ, ତ୍ୟାଗ, ସେବା ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀମତୀ ରମାଦେବୀ
Unsung Hero Of freedom, Independence Day 2022, Azadi Ka Amrit Mahotsav, Odisha, ମାତୃତ୍ୱ, ତ୍ୟାଗ, ସେବା ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀମତୀ ରମାଦେବୀ
ଭୁବନେଶ୍ୱର: ମାତୃତ୍ୱ, ତ୍ୟାଗ, ସେବା ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀମତୀ ରମାଦେବୀ ଚୌଧୁରୀ । କେବଳ ଓଡ଼ିଶା ନୁହେଁ ପୂରା ଦେଶର ଗର୍ବ ଓ ଗୌରବ ସେ । ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ସ୍ବାଧୀନୋତ୍ତର ଭାରତରେ ସନ୍ଥ ବିନୋବା ଭାବେଙ୍କ ଭୂ-ଦାନ ଆନ୍ଦୋଳନ ଓ ଗ୍ରାମଦାନ ଆନ୍ଦୋଳନରେ ମଧ୍ୟ ତାଙ୍କ ଭୂମିକା ଅବିସ୍ମରଣୀୟ । ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣ ଥିଲା ଭିନ୍ନ । ମାତୃତ୍ୱ, ପ୍ରେମ, ସେବା ,ତ୍ୟାଗ ଯେପରି ତାଙ୍କ ବକ୍ତିତ୍ୱର ଅସଲି ପରିଚୟ ଥିଲା । ରମାଦେବୀ ଇଂରାଜୀ ,ସଂସ୍କୃତ, ହିନ୍ଦୀ,ବଙ୍ଗଳାରେ ଦକ୍ଷ ଥିଲେ ହେଲେ ନିଜ ମାତୃଭାଷା ଶିକ୍ଷା ଉପରେ ସେ ଅଧିକ ଗୁରୁତ୍ୱରୋପ କରୁଥିଲେ ।

୧୮୯୯ ଡ଼ିସେମ୍ବର ୩ ତାରିଖରେ ଶ୍ରୀମତୀ ରମାଦେବୀ ଚୌଧୁରୀ କଟକ-କେନ୍ଦ୍ରାପଡ଼ାର ପାଗାହାଟ ପାର୍ଶ୍ୱସ୍ଥିତ ଗୋପୀନାଥ ପୁରରୁ ୩ରୁ ୪କିଲୋମିଟର ଦୂରରେ ଅବସ୍ଥିତ ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ସାନ ଭାଇ ଗୋପାଳ ବଲ୍ଲଭ ଦାସଙ୍କ ସୁପୁତ୍ରୀ ଥିଲେ ରମାଦେବୀ । ପିଲାଟି ଦିନରୁ ହିଁ ଦେଶ ପ୍ରତି ଭଲପାଇବା ଭରି ରହିଥିଲା ତାଙ୍କ ମନରେ । ମାତା ବସନ୍ତ କୁମାର ଦେବୀଙ୍କ ଶିକ୍ଷା-ଦୀକ୍ଷା ତାଙ୍କୁ ଜଣେ ଆଦର୍ଶ ଗୃହିଣୀରେ ପରିଣିତ କରିଥିଲା । ବିଶିଷ୍ଟ ଓକିଲ ଗୋକୁଳାନନ୍ଦ ଚୌଧୁରୀଙ୍କ ସୁପୁତ୍ର ଗୋପବନ୍ଧୁ ଚୌଧୁରୀଙ୍କ ସହ ବିବାହ କରିଥିଲେ ।
ସ୍ୱାଧୀନତା ଆନ୍ଦୋଳନ ରମାଦେବୀଙ୍କୁ ୨୦ ବର୍ଷ ବୟସରୁ ହିଁ ଆକର୍ଷିତ କରିଥିଲା । ପରିବାରର ସମ୍ପୁର୍ଣ୍ଣ ସହଯୋଗ ମଧ୍ୟ ଥିଲା । ୧୯୨୧ରେ ପ୍ରଥମ ଥର ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ ବେଳେ କଟକ ବିନୋଦବିହାରୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉତ୍ସାହରେ ଯେଉଁ ପ୍ରଥମ ମହିଳା ସଭା ଅନୁଷ୍ଠିତ ହୋଇଥିଲା । ସେଥିରେ ରମାଦେବୀ ନିଜ ହାତ କଟା ସୂତା ମୋଡାଟିଏ ଗାନ୍ଧୀଜୀଙ୍କୁ ଉପହାର ଦେଇଥିଲେ । ଯାହା ପରଠୁ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିଲା । ଗାନ୍ଧୀଜୀ ଥିଲେ ତାଙ୍କ ଜୀବନର ପ୍ରକୃତପକ୍ଷେ ତାଙ୍କ ଜୀବନର ପରିଚୟ । ୧୯୨୧ ମସିହାରେ ନିଜ ଆଭିଜତ୍ୟର ଅଭିମାନକୁ ଫିଙ୍ଗିଦେଇ ସେ ଖଦୀକୁ ନିଜ ଅଳଙ୍କାର ଭାବେ ଗ୍ରହଣ କରିଥିଲେ । ନିଜ ଘର କାମ ପରି ସେ ପ୍ରତ୍ୟକ ଦିନ ସୂତା କାଟିବା ଆରମ୍ଭ କରିଥିଲେ । ଏହାସହ ଆରମ୍ଭ ହୋଇଥିଲା ବିଲାତି ବସ୍ତ୍ର ପୋଡ଼ା ଅଭିଯାନ । ସେହି ସମୟରେ ଓଡି଼ଶାର ରାଜନିତୀ ବାତାବରଣକୁ ସରଗରମ କରିଥିଲା ବିଦେଶୀ ଦ୍ରବ୍ୟ ବର୍ଜହ୍ୱାନ । ସ୍କୁଲ , କଲେଜ ବୁଲି ଛାତ୍ରଛାତ୍ରୀଙ୍କୁ ବିଦେଶୀ ବସ୍ତ୍ର ବର୍ଜନ କରିବାର ପ୍ରସଙ୍ଗ ପ୍ରମୁଖ ଥିଲା ।
ସେହିପରି ୧୯୩୦ ମସିହାରେ କଟକ ଟାଇନ୍ ହଲରେ ପୂର୍ଣ୍ଣ ସ୍ୱରାଜ ଘୋଷଣାପତ୍ର ପାଠ କରାଯାଇଥିଲା । ଯାହା ପରେ ୨୦ ଜଣ ସ୍ୱାଧିନତା ସଂଗ୍ରାମୀ ଇଞ୍ଚୁଡ଼ି ଅଭିମୁଖେ ବାହାରିଥିଲେ । କଟକରେ ୧୪୪ ଧାରା ଭାଙ୍ଗିବା ଅଭିଯୋଗରେ ସ୍ୱାମୀ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରାଯାଇଥିଲା । ହେଲେ ଏହି ଘଟାଣାରେ ଭାଙ୍ଗିନପଡ଼ି ନିଜ ଲକ୍ଷରେ ଆଗକୁ ବଢିଥିଲେ ରମାଦେବୀ । ମହିଳା କର୍ମୀଙ୍କ ସହ ଇଞ୍ଚୁଡି଼ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଯେଉଁଠି ସେ ଲୁଣମରା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୧୯୩୦ ମସିହା ନଭେମ୍ବର ୨୧ ତାରିଖ ରାତି ୧୦ଟାରେ ସ୍ୱରାଜ ଆଶ୍ରମରୁ ବ୍ରିଟିସ୍ ପୋଲିସ୍ ରମାଦେବୀଙ୍କୁ ଗିରଫ ତାଙ୍କ ଭାଗଲପୁର ଜେଲ୍ ପଠାଯାଇଥିଲା । ପରବର୍ତ୍ତି ସମୟରେ ଗାନ୍ଧୀ ଇରଉଇନଙ୍କ ସନ୍ଧି ପ୍ରସ୍ତାବ ପ୍ରକାଶ ପାଇବା ପରେ ସମସ୍ତ ବନ୍ଦୀ ଜେଲ୍ ରୁ ବାହାରିଥିଲେ ।
ଗୁଳିଗୋଳା ବିନିମୟ ଭିତରେ ସୀମାନ୍ତରେ ଚୀନ୍ ଓ ବାଂଲାଦେଶ ଯୁଦ୍ଧଠାରୁ ରାଜ୍ୟ ଭିତରେ ଓ ବାହରେ ଶାନ୍ତି, ସଦ୍ଭାବନା ଓ ସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ୧୦୬୩ ମସିହାରେ ବିନୋବା ଭାବେଙ୍କ ପଦଯାତ୍ରାରେ ରମାଦେବୀ ନିଷ୍ଠାପର ଭାବେ ଯୋଗ ଦେଇଥିଲେ । ପ୍ରତ୍ୟକ ପଦଯାତ୍ରା ପଛରେ କାରଣ ଥିଲା ମାନବିକତାର ବିକାଶ । ଦେଶ ପାଇଁ ମା'ରମାଦେବୀଙ୍କ ଉତ୍ସର୍ଗୀକୃତ ସାଧନା ପାଇଁ ତାଙ୍କୁ ୧୯୮୧ ମସିହା ନଭେମ୍ବର ୪ ତାରିଥରେ ଯମୁନାଲାଲ ବଜାଜ୍ ସମ୍ମାନ ଓ ୧୯୮୪ ଏପ୍ରିଲ୍ ୧୬ ତାରିଖରେ ତାଙ୍କୁ ପିଏଚଡି ଉପାଧିରେ ସମ୍ମାନିତ କରାଯାଇଥିଲା । ଗୀତଥିଲା ତାଙ୍କ ସଫଳତାର ମନ୍ତ୍ର । କର୍ତ୍ତବ୍ୟ , ସେବା ପାଇଁ ସେ ନିଜ ଜୀବନର ଆହୁତି ଦେଇଥିଲେ । ମା'ରମାଦେବୀ ନାମରେ ଭୁବନେଶ୍ୱରରେ ରମାଦେବୀ ମହିଳା କଲେଜ ଏବେ ବିଶ୍ୱ ବିଦ୍ୟାଳୟରେ ପରିଣତ ହୋଇଛି । ନୌବାହିନୀର ଏକ ତଟରକ୍ଷୀ ଜାହାଜକୁ ରମାଦେବୀଙ୍କ ନାମରେ ଉତ୍ସର୍ଗ କରିଛନ୍ତି କେନ୍ଦ୍ର ସରକାର ।












Click it and Unblock the Notifications