ଚିକିତ୍ସାଳରୁ ବିଚାରଧୀନ କଏଦୀ ଫେରାର
ସୁନ୍ଦରଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଥିଲେ ଚିକିତ୍ସା । ଏହି ସମୟରେ ଚମ୍ପଟ ମାରିଛନ୍ତି ଜଣେ କଏଦୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ ।
ହତ୍ୟା ମାମଲାରେ ବିଚାରଧୀନ କଏଦୀ ଅର୍ଜୁନ ମୁଣ୍ଡା ବିଳମ୍ବିତ ରାତରେ ଚିକିତ୍ସାଳୟରୁ ଫେରାର ହୋଇଯାଇଛି । ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ଘଟଣାରେ ସଜା କାଟୁଥିଲେ କଏଦୀ ଅର୍ଜୁନ । ଅପରେସନ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଜେଲ କର୍ମଚାରୀଙ୍କୁ ଚକମା ଦେଇ କଏଦୀ ଫେରାର ହୋଇଯାଇଛନ୍ତି ।

ଏନେଇ ସୁନ୍ଦରଗଡ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜେଲ କର୍ତ୍ତୃପକ୍ଷ । ଜେଲ୍ କର୍ମଚାରୀଙ୍କ ଅବହେଳା ଯୋଗୁଁ କଏଦୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।












Click it and Unblock the Notifications