ଗାଧୋଇବାକୁ ଗଲାବେଳେ ଭାସିଗଲେ ନାବାଳକ : ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
ଗାଧୋଇବାକୁ ଗଲାବେଳେ ଭାସିଗଲା ୧୭ ବର୍ଷର ବାଳକ । ଭୁବନେଶ୍ୱର ବାଲିଅନ୍ତା ରଙ୍ଗବଜାର ନିକଟ ନଦୀରେ ଅଘଟଣ ଘଟିଛି । ପରେ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି ।
ନିଖୋଜ ଥିବା ବାଳକର ଘର ଝାରପଡ଼ା ଅଞ୍ଚଳରେ । ଗତକାଲି ୪ଜଣ ପିଲା ରଙ୍ଗବଜାର ନିକଟ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଜଣେ ବାଳକଙ୍କ ନଦୀରେ ଗୋଡ଼ ଖସି ଯାଇଥିଲା ।
ସେପଟେ ପୁରୀ କେନାଲରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି । ନିଖୋଜ ଛାତ୍ର ଜଣଙ୍କ ହେଲେ ଝାରପଡ଼ା ଅଞ୍ଚଳର ଜୟଦେବ ପ୍ରସାଦ।
ଗତକାଲି ସନ୍ଧ୍ୟା ସମୟରେ ବାଲିଅନ୍ତା ଅଲାରପୁର ନିକଟରେ ଥିବା ପୁରୀ କେନାଲ ନିକଟକୁ ୬ଜଣ ଛାତ୍ର ବୁଲିବାକୁ ଯାଇଥିଲେ । ଏହାପରେ ଛାତ୍ରମାନେ ପୁରୀ କେନାଲରେ ଗାଧୋଇଥିଲେ । ତେବେ ଏହି ସମୟରେ ଜୟଦେବଙ୍କ ଗୋଡ଼ ଖସିଯାଇଥିଲା। ଆଉ ସେ ପାଣିରେ ବୁଡ଼ି ଯାଇଥିଲେ।

ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ ହେଲେ ଗତକାଲି ତାକୁ ପାଇ ନଥିଲେ । ଏପର୍ଯ୍ୟନ୍ତ ଛାତ୍ରଙ୍କର କୌଣସି ପତ୍ତା ମିଳିନାହିଁ । ଗତକାଲି ରାତି ହେବାରୁ ଖୋଜାଖୋଜି ବନ୍ଦ କରିଥିଲେ । ତେବେ ଆଜି ସକାଳେ ନିଖୋଜ ଛାତ୍ରଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି ।
ସାଙ୍ଗସାଥୀ ମାନେ ବି ଏହି ଘଟଣା ପରେ ଭୟଭୀତ ଅଛନ୍ତି । ତାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ଅଗ୍ନିଶମ ବାହିନୀ ନିଜ କାମ ଜାରି ରଖିଛି । ତେବେ ଶୀଘ୍ର ଏ ନେଇ କିଛି ନୂଆ ଅପଡେଟ ମିଳିପାରେ ।












Click it and Unblock the Notifications