ସହିପାରିଲେନି ଭାରତର ପରାଜୟ, ଜୀବନ ହାରିଦେଲେ ଯୁବକ
ଯାଜପୁର: ଗତକାଲିର ବିଶ୍ୱକପ୍ ଫାଇନାଲ୍ ଉପରେ ଥିଲା ସମସ୍ତଙ୍କ ନଜର । ଏଥର ବିଶ୍ୱକପ୍ ଭାରତୀୟ ଦଳ ଆଣିବା ନେଇ ମଧ୍ୟ ବହୁ ଆଶା ରଖିଥିଲେ କ୍ରିକେଟ୍ ପ୍ରେମୀ । କିନ୍ତୁ ଶେଷରେ ଭାରତକୁ କଙ୍ଗାରୁ ଦଳ ଠାରୁ ପରାସ୍ତ ହେବାକପ ପଡ଼ିଥିଲା । ଏହା ଭାରତ ସମେତ ବିଶ୍ୱର ଅନେକ ଭାରତୀୟ ଦଳର ସମର୍ଥକଙ୍କୁ ବେଶ୍ ଦୁଃଖିତ କରିଥିଲା ।
ଏହି ମ୍ୟାଚ୍ ଫଳାଫଳକୁ ନେଇ ଯାଜପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଭାରତର ପରାଜୟ କୁ ସହ୍ୟ କରି ପାରିଲେନି ଜଣେ 23 ବର୍ଷୀୟ ଯୁବକ । ଫଳେ ନିଜ ଜୀବନ ହାରିଦେଇଛନ୍ତି ଯୁବକ ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରୀ ପଞ୍ଚାୟତ କୁଳସାହି ଗାଁରେ । ମୃତକ ଗାଁର ନୀଳମଣି ଦାସ ଙ୍କ ସାନ ପୁଅ ଦେବରଞ୍ଜନ ଦାସ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଶ୍ୱକପ୍ କ୍ରିକେଟର ଫାଇନାଲ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମ୍ୟାଚରେ ଭାରତର ପରାଜୟକୁ ସହ୍ୟ କରିପାରିନଥିଲା ଦେବରଞ୍ଜନ । ହଟାତ୍ ଯାଇ ପଡୋଶୀ ଘର ଛାତରେ ଥିବା ଏକ ରଡରେ ଝୁଲିପଡିଥିଲା । ଆଜି ସକାଳୁ ପରିବାର ଲୋକ ଏ ନେଇ ପୋଲିସକୁ ଖବର ଦେଇଥିଲେ । ଦେବରଞ୍ଜନ ଜଣେ ମାନସିକ ବିକାରଗସ୍ତ ଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ପୋଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ।












Click it and Unblock the Notifications