Get Updates
Get notified of breaking news, exclusive insights, and must-see stories!

ବୟସ ଆଗରେ ହାର ମାନିଲା କରୋନା, କରୋନାକୁ ପରାସ୍ତ କଲେ 98 ବର୍ଷୀୟା ବୃଦ୍ଧା

ଓଡ଼ିଶାରୁ ଆସିଛି ଏକ ଖୁସି ଖବର । ପରିଣତ ବୟସ ଆଗରେ ହାର ମାନିଛି କରୋନା ଭଲି ଭୟଙ୍କର ମହାମାରୀ । ଜଣେ 98 ବର୍ଷୀୟା ବୃଦ୍ଧା କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ୱର : ସାରା ଦେଶରେ ଏବେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହାର ଶିକାର ହେଉଥିବା ସହ ଅନେକ ରୋଗୀଙ୍କ ଜୀବନ ନେଉଛି ଏହି ପ୍ରାଣଘାତୀ କରୋନା । ସାଦାଣ ଜନତାଙ୍କ ଠାରୁ ସରକାର ଏହାକୁ ପ୍ରତିହତ କରିବା ନେଇ ଚିନ୍ତିତ । ଦେଶର ପ୍ରାୟ ରାଜ୍ୟରେ ସଂକ୍ରମଣ ହାରକୁ ହ୍ରାସ କରିବା ନେଇ ଲକଡାଉନ୍ ଭଳି ପଦକ୍ଷେପ ନେବା ସହ ଲୋକଙ୍କୁ ସଚେତନ ରହିବାକୁ ଅନୁରୋଧ କରୁଛନ୍ତି ।

corona-virus

ଏହି ସମୟରେ ଓଡ଼ିଶାରୁ ଆସିଛି ଏକ ଖୁସି ଖବର । ପରିଣତ ବୟସ ଆଗରେ ହାର ମାନିଛି କରୋନା ଭଲି ଭୟଙ୍କର ମହାମାରୀ । ଜଣେ 98 ବର୍ଷୀୟା ବୃଦ୍ଧା କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଅନ୍ନପୂର୍ଣ୍ଣା ବିଶ୍ୱାଳ ନାମକ ଏହି ବରିଷ୍ଠ ମହିଳା ଜଣକ ଗତ ମେ 5 ତାରିଖରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବୟାସାଧିକ ଜନିତ ଅନେକ ବ୍ୟାଧି ଯେପରିକି ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ସେ ପିଡିତ ଥିବାବେଳେ କରୋନା ସଂକ୍ରମିତ ହେବାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କ ପରିବାର ଲୋକେ ତାଙ୍କୁ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମକର୍ତ୍ତାଙ୍କ ଅପ୍ରାଣ ଉଦ୍ୟମ, ସେବା, ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ତାଙ୍କ ପୁଅ କୂଳମଣି ବିଶ୍ୱାଳ କହିଛନ୍ତି ।

ଜେଜେମା ଘରକୁ ଫେରିବା ପରେ ଖୁସିରେ ଆତ୍ମହରା ହୋଇଉଠିଛନ୍ତି ନାତି ରାକେଶ ବିଶ୍ୱାଳ ଓ ନାତୁଣୀ ବୋହୁ ରାଜଶ୍ରୀ ବିଶ୍ୱାଳ । କରୋନା ହେବା ପରେ ଜେଜେମା ଆଉ ଘରକୁ ଫେରିବେ ବୋଲି ଆମେ ବିଶ୍ୱାସ କରିନଥିଲୁ କିନ୍ତୁ ସେ ସୁସ୍ଥ ହୋଇ ଫେରିବା ପରେ ଖୁସିରେ ଆତ୍ମହରା ହୋଇ ଉଠିଛୁ ବୋଲି କହିଛନ୍ତି ନାତି ରାକେଶ ।

ସେହିପରି ହସ୍ପିଟାଲର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ କାର୍ଯ୍ୟକର୍ତାଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେଉଥିବା ହେଲ୍ପଲାଇନ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ନାତୁଣୀ ବୋହୁ ରାଜଶ୍ରୀ ବିଶ୍ୱାଳ । ଜେଜେମାଙ୍କର ଖୁବ୍ ସେବା କରାଯାଇଛି ଏବଂ ହେଲ୍ପଲାଇନ ପକ୍ଷରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପରିବାରକୁ ଦିଆଯିବା ସହ ଅନେକ ସହଯୋଗ କରାଯାଉଥିବା ପ୍ରଶଂସା କରିଛନ୍ତି ରାଜଶ୍ରୀ ।

ସୂଚନାଯୋଗ୍ୟ, ବୃଦ୍ଧା ଅନ୍ନପୂର୍ଣ୍ଣା କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମୀମାନଙ୍କ ସେବା ଫଳରେ ପୀଡ଼ିତା ସୁସ୍ଥ ହୋଇପାରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+