ଲୋକାର୍ପିତ ହେବ 87 ରୂପାନ୍ତରିତ ହାଇସ୍କୁଲ
ଭୁବନେଶ୍ୱର: ଆଜି ଲୋକାର୍ପିତ ହେବ ଯାଜପୁର ଜିଲ୍ଲାର 87 ଟି ରୂପାନ୍ତରିତ ହାଇସ୍କୁଲ । ଅପରାହ୍ନ 5 ଟାରେ ମୁଖ୍ୱମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ଫାଇଭ-ଟି ସ୍କୁଲର ଲୋକାର୍ପଣ କରିବେ । 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟରେ ଏସବୁ ହାଇସ୍କୁଲ ନୂଆରୂପ ପାଇଛି । ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି ।

ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ 6883 ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ 1794 ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ 8677 ଟି ସ୍କୁଲ ରୂପାନ୍ତରିତ ହେବ ।












Click it and Unblock the Notifications