ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ 6 ଲକ୍ଷ, ଖୋଲାଯିବ ‘ହାତୀ ପାଠଶାଳା’
ଭୁବନେଶ୍ୱର: ହାତୀ ଆକ୍ରମଣରେ ପ୍ରାଣହାନି ହେଲେ ମିଳିବ ଅନୁକମ୍ପା ରାଶି । ଏ ନେଇ ଅନୁକମ୍ପା ୱେବସାଇଟ୍ ଅଛି । ଏଥିରେ ଅନଲାଇନରେ ଆବେଦନ କଲେ ମିଳିବ ଅନୁକମ୍ପା ରାଶି ।
ହାତୀ ଆକ୍ରମଣରେ ମୃତ୍ୟୁ ହେଲେ 6 ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ । ସେହିପରି ଫସଲ ନଷ୍ଟ ହେଲେ ଏକର ପିଛା 20 ହଜାର ଟଙ୍କା ଓ ବଦଳ ଓ ଗାଈ ମରିଲେ ମଧ୍ୟ ଅନୁକମ୍ପା ରାଶି ବଢ଼ାଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ ।
ସେ ଆହୁରି କହିଛନ୍ତି, ଏ ରାଶିକୁ ବଢ଼ାଯିବାର କାରଣ ହେଲା ଲୋକମାନେ ବନ୍ୟ ଜନ୍ତୁଙ୍କ ପ୍ରତି ଆକ୍ରୋଶ ମନୋଭାବ ରଖିବେ ନାହିଁ । ହାତୀ ମଣିଷ ଲଢ଼େଇରେ ବର୍ଷକୁ ପ୍ରାୟ 60 ଜଣଙ୍କ ଜୀବନ ଯାଉଛି । ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକତା ରହିଛି । ଯେଉଁଠାରେ ହାତୀ ରହୁଛନ୍ତି ସେ ଜାଗାକୁ ନ ଗଲେ 50 ପ୍ରତିଶତ ହାତୀ ମଣିଷ ଲଢ଼େଇ କମିଯିବ । ଲୋକମାନେ ଏହାକୁ ଖାତିର କରୁ ନାହାଣନ୍ତି । ଯାହା ଫଳରେ ଅନେକଙ୍କ ଜୀବନ ଯାଇଛି ।
ଏହା ସହ ଓଡ଼ିଶାରେ ହାତୀଙ୍କ ପାଠଶାଳା ଖୋଲିବ ବୋଲି ପିସିସିଏଫ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି, ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ କଥା ଚାଲିଛି । କୁମକି ହାତୀଙ୍କ ପରି ଟ୍ରେନିଂ ପାଇଥିବା ହାତୀ ଯେଉଁଥିରେ ତାଙ୍କର ମାହୁନ୍ତ ସେମାନଙ୍କୁ ଟ୍ରେନିଂ ଦେଇଥାଏ । ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ହାତୀକୁ ଆୟତ୍ତ କରାଯାଇ ପାରିବ ।

ଅଭୟାରଣ୍ୟରେ ତାଙ୍କୁ ବ୍ୟବହାର କରାଯାଇ ପାରିବ । ସେଥିପାଇଁ କଥାବାର୍ତ୍ତା ଚାଲିଛି । ଆମ ପାଖରେ ମଧ୍ୟ କିଛି ଏପରି ଟ୍ରେନିଂ ପାଇଥିବା ହାତୀ ଅଛନ୍ତି । ବାହାରୁ ଅଧିକ ଆସିଲେ ଆମ ହାତୀ ଅଧିକ ଟ୍ରେନିଂ ପାଇପାରିବେ । ଯାହାକୁ ହାତୀଙ୍କ ପାଠଶାଳା ବୋଲି କୁହାଯାଉଛି । ଏଥିପାଇଁ ଚନ୍ଦକା, ଶିମିଳିପାଳ, ସାତକୋଶିଆରେ ନିଜର କ୍ୟାପ୍ଟିଭ ହାତୀ ଅଛନ୍ତି । ଏହାସହ କର୍ଣ୍ଣାଟକ ଓ ଆସାମ ସହ କଥାବାର୍ତ୍ତା ଚାଲିଛି ।












Click it and Unblock the Notifications