ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କଲେ 5-ଟି ଅଧ୍ୟକ୍ଷ
ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଖେଳାଳିମାନେ 5T ଅଧ୍ୟକ୍ଷଙ୍କୁ ସ୍ୱାଗତ କରି ଛାତ୍ରାବାସ ପରିସରକୁ ପାଛୋଟି ନେଇଥିଲେ । ପରେ ଛାତ୍ରାବାସର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିଥିଲେ 5T ଅଧ୍ୟକ୍ଷ ।
ଖେଳାଳି ରହୁଥିବା ରୁମ, ଟ୍ରେନିଂ ରୁମ୍, କ୍ୟାଣ୍ଟିନ ଆଦି ବୁଲି ଦେଖିବା ସହ ସମସ୍ତ ପ୍ରକାରର ଉନ୍ନତ ଭିତ୍ତିଭୂମି ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଭାବାନ ହକି ଖେଳାଳିଙ୍କୁ ଭେଟି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ପାଣ୍ଡିଆନ୍ ।

ଏହି ଅବସରରେ ସେ ଖେଳାଳିଙ୍କ ସହ ମିଶି ଜଳଖିଆ କରିଛନ୍ତି । ଛାତ୍ରାବାସରେ ଖେଳାଳିଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏଠାରୁ ତାଲିମ ନେଇ 60 ରୁ ଅଧିକ ଖେଲାଳି ଅନ୍ତର୍ଜାତୀୟ ସ୍ତରରେ ହକି ଖେଳି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ରାଜ୍ୟ ସରକାର ଖେଳାଳିଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ସୁବିଧାରେ ତାଲିମ ନେବାକୁ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦିଆଯାଉଛି । କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ଫାଇଭ-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ଖେଳାଳି ।












Click it and Unblock the Notifications