ଡିସେମ୍ବର ଶେଷ ସୁଦ୍ଧା ସରିବ ବରମୁଣ୍ଡା ବସ୍ ଟର୍ମିନାଲ୍, କାର୍ଯ୍ୟ ତଦାରଖ କଲେ 5ଟି ଅଧ୍ୟକ୍ଷ
ଭୁବନେଶ୍ୱର: ନେତାଜୀ ବସ୍ ଟର୍ମିନାଲ ପରେ ଓଡ଼ିଶାକୁ ମିଳିବ ଆଉ ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲ । ଖୁବ୍ ଶୀଘ୍ର ସରିବ ବରମୁଣ୍ଡା ବସ୍ ଟର୍ମିନାଲ୍ କାମ । ଭୁବନେଶ୍ୱର ବରମୁଣ୍ଡା ବସ ଟର୍ମିନାଲ ପରିଦର୍ଶନ କରି ଅତିଶୀଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଡିସେମ୍ବର ଶେଷ ସୁଦ୍ଧା କାମ ସରିବ ।

5ଟି ଅଧ୍ୟକ୍ଷ ପରିଦର୍ଶନ ବେଳେ ନିର୍ମାଣକାରୀ ସଂସ୍ଥା ସହ ଆଲୋଚନା କରିଛନ୍ତି । ଆଇଟି ଭିତ୍ତିଭୂମି, ଯାତ୍ରୀଙ୍କ ସୁବିଧା ସହ ସୃଜନଶୀଳ ପରିବେଶ ସୃଷ୍ଟିକୁ ଗୁରୁତ୍ୱ ଦେଇଛନ୍ତି ପାଣ୍ଡିଆନ୍ । ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସୃଷ୍ଟି କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀ ବିଶ୍ରାମାଗାର, ସଠିକ ପରିମଳ ବ୍ୟବସ୍ଥା, ବସ୍ ରହିବାକୁ ପର୍ଯ୍ୟାପ୍ତ ସ୍ଥାନ, ଆହାର କେନ୍ଦ୍ର, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି 5T ଅଧ୍ୟକ୍ଷ । ଟ୍ୟାକ୍ସି ସଂଘ, ବସ୍ ମାଲିକ ସଂଘ, OSRTCର ଅଧିକାରୀଙ୍କୁ ନିର୍ମାଣ କାମରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପରିଦର୍ଶନ ସମୟରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ବିଏମସି ଅଧିକାରୀ, ବିଡିଏ ଅଧିକାରୀ ଉପସ୍ଥିତ ରହିଥିଲେ । ବରମୁଣ୍ଡା ବସ ଟର୍ମିନାଲ 15.5 ଏକର ଜାଗାରେ ନିର୍ମାଣାଧୀନ ରହିଛି ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର












Click it and Unblock the Notifications