Get Updates
Get notified of breaking news, exclusive insights, and must-see stories!

ଅନ୍ଧାରୁଆସ୍ଥିତ ସାପିଜେନ ବାୟୋଲୋଜିକ୍ସ ଭାକ୍ସିନ ପ୍ଲାଣ୍ଟ ପରିଦର୍ଶନ କଲେ 5T ଅଧ୍ୟକ୍ଷ

ଭୁବନେଶ୍ୱର: ଅନ୍ଧାରୁଆସ୍ଥିତ ସାପିଜେନ ବାୟୋଲୋଜିକ୍ସ ଭାକ୍ସିନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏହି ପ୍ଲାଣ୍ଟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଥିବାବେଳେ ଶେଷ ହେବା ପରେ ପ୍ଲାଣ୍ଟରେ ପ୍ରତିଦିନ 2.4 କୋଟି ଟିକା ଉତ୍ପାଦନ କରିବ । ଏହି କ୍ଷମତା ସହ ଏହି ପ୍ଲାଣ୍ଟ ହେବ ଦେଶର ସବୁଠାରୁ ବଡ଼ ଟିକା ଉତ୍ପାଦନ କାରଖାନା । ପାଣ୍ଡିଆନ୍‌ ପ୍ଲାଣ୍ଟର ସମସ୍ତ ୟୁନିଟ୍‌ ପରିଦର୍ଶନ କରିବା ସହିତ ମ୍ୟାନେଜ୍‌ମେଣ୍ଟ ଏବଂ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା 3 ମାସ ମଧ୍ୟରେ କାରଖାନା କାର୍ଯ୍ୟକ୍ଷମ କରିବା ନିମନ୍ତେ ସହାୟତା ଯୋଗାଇଦେବାକୁ ସମସ୍ତ ସରକାରୀ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

5-t chairman

ସୂଚନାଥାଉକି, ଏହି ପ୍ଲାଣ୍ଟ ସ୍ଥାପନ ଦ୍ବାରା ପ୍ରତ୍ୟକ୍ଷ ଭାବରେ 1500 ନିଯୁକ୍ତି ସୃଷ୍ଟି କରିବ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଓଡିଶାରୁ ସ୍ଥାନୀୟ ଭାବରେ ନିଯୁକ୍ତି ପାଇଛନ୍ତି । ଏହି କାରଖାନାରେ କଲେରା, ମ୍ୟାଲେରିଆ ଇତ୍ୟାଦି ରୋଗ ପାଇଁ 15ରୁ ଅଧିକ ଟିକା ପ୍ରସ୍ତୁତ କରିବାକୁ ଯୋଜନା ରହିଛି । ପ୍ଲାଣ୍ଟ ଭାରତ ବାୟୋଟେକ ଦ୍ବାରା ନିର୍ମାଣ କରାଯାଉଛି ।

ଭୁବନେଶ୍ୱରରୁ ପ୍ରସ୍ତୁତ ଏହି ଟିକାଗୁଡ଼ିକ ବିଶ୍ୱର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯିବ ଏବଂ ଏହା ଦ୍ୱାରା ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ଓଡ଼ିଶାର ସୁନାମ ବୃଦ୍ଧି ହେବ । ଏହି ପ୍ରକଳ୍ପଟି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରତି ଜୀବନ ମୂଲ୍ୟବାନ ନୀତି ଆଧାରରେ ସ୍ଥାପନ ହେଉଛି । ଏଠାରୁ ପ୍ରସ୍ତୁତ ଟିକା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷା ଯୋଗାଇଦେବ ।

ପାଣ୍ଡିଆନ୍‌ ସରକାରୀ ସ୍ତରରେ ସମସ୍ତ ସହଯୋଗ ଯୋଗାଇଦେବାର ପ୍ରତିଶୃତି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ବାୟୋଟେକ୍‌ନୋଲୋଜି ନୀତି କ୍ୟାବିନେଟ୍‌ରେ ଅନୁମୋଦନ କରିଛନ୍ତି ବୋଲି ସୂଚନା ଦେଇଥିଲେ । ଏଭଳି ଏକ ବୃହତ୍‌ ଟିକା ପ୍ରସ୍ତୁତକାରୀ ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା ଅନ୍ୟାନ୍ୟ ବାୟୋଟେକ୍‌ନୋଲୋଜି ସଂପର୍କିତ ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନି ଓଡ଼ିଶାର ବାୟୋଟେକ୍‌ ପାର୍କ ପ୍ରତି ଆକୃଷ୍ଟ ହେବେ ଏବଂ ଏହା ଦ୍ୱାରା ଓଡ଼ିଶାରେ ପୁଂଜିନିବେଶର ସମ୍ଭାବନା ବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପାଣ୍ଡିଆନ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । 5T ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ET&IT ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋଜ ମିଶ୍ର, IDCOର MD ଭୂପିନ୍ଦର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+