ଭୋରରୁ ପୁରୀ ପହଞ୍ଚି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5 ଟି ଅଧ୍ୟକ୍ଷ
ପୁରୀ: ସକାଳୁ ସକାଳୁ ପୁରୀ ଗସ୍ତରେ 5 ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପୁରୀରେ ପହଞ୍ଚି ଶ୍ରୀକ୍ଷେତ୍ରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ସହ ବିଭାଗୀୟ ଅଧିକାରୀଙ୍କ ସହ କାର୍ଯ୍ୟର ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି ।

ଆଜି ସକାଳେ ପୁରୀ ରେ ପହଞ୍ଚିଥିଲେ 5 ଟି ଅଧ୍ୟକ୍ଷ । ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଭୋର୍ ସକାଳ 5 ଟାରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହା ପରେ ଶ୍ରୀକ୍ଷେତ୍ରରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ ବୁଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଭକ୍ତଙ୍କ ପାଇଁ ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ଓ୍ୱେ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି ।
ସେହିପରି ଶ୍ରୀମନ୍ଦିର ନିକଟରେ ଗତ ସପ୍ତାହରେ ଅଧିଗ୍ରହଣ ହୋଇଥିବା ନରେନ୍ଦ୍ର ମହଲା ଜମିରେ ଏକ ପାର୍କିଂ ନିର୍ମାଣ ସମ୍ପର୍କରେ ମଧ୍ୟ ବୁଲି ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନେ ସମୀକ୍ଷା ସମୟରେ ଫାଇଭ୍ ଟି ଅଧ୍ୟକ୍ଷଙ୍କ ସହ ଉପସ୍ଥିତ ରହିଥିଲେ ।












Click it and Unblock the Notifications