Get Updates
Get notified of breaking news, exclusive insights, and must-see stories!

କଟକ ଗସ୍ତରେ 5-ଟି ସଚିବ, ବସ୍ ଟର୍ମିନାଲ ଓ ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

5-t Secretary

ଭୁବନେଶ୍ୱର : ଆଜି କଟକ ଗସ୍ତରେ ଥିଲେ 5-ଟି ସଚିବ ଭି.କେ ପାଣ୍ଡିଆନ୍ । ଏହି ସମୟରେ ସେ କଟକରେ ଚାଲିଥିବା ନେତାଜୀ ସୁବାଷ ବୋଷ ବସ୍ ଟର୍ମିନାଲ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରକଳ୍ପ କାର୍ଯ୍ୟ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଧାର୍ଯ୍ୟ ସମୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଅଫିସ, ଦୋକାନ ଗୃହ ଓ ଯାତ୍ରୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଗୁଣାବତ୍ତାକୁ ଧ୍ୟାନ ଦେଇ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ।

ଆସନ୍ତା ମେ ମାସରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । 15 ଏକର ଜମିରେ ପାଖପାଖି 65 କୋଟି ଟଙ୍କାରେ ବସ ଟର୍ମିନାଲର ନିର୍ମାଣ ଜାରି ରହିଛି । 2021 ଜୁନ ମାସରେ କୋଭିଡ କଟକଣା ଭିତରେ କାମ ଆରମ୍ଭ ହୋଇଥିଲା ।

ଏହା ପରେ କଟକ ଚଣ୍ଡୀ ମନ୍ଦିର ଯାଇ ମା'ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ପାଣ୍ଡିଆନ୍ । ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ବରିଷ୍ଠ ଅଧିକାରୀ ଓ ଉନ୍ନତିକରଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଫାଇଭ-ଟି ସଚିବ ଆଲୋଚନା କରିଥିଲେ ।

70 କୋଟି ଟଙ୍କାରେ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ମନ୍ଦିର ମଧ୍ୟରେ ଓ ଚାରିପାଖରେ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ । ଆଲୋକୀକରଣ ସହ ସରୁକ୍ଷାକୁ ଦୃଷ୍ଟିରେ ରଖି CCTV ଲଗାଯିବା ପ୍ରକ୍ରିଆ ଆରମ୍ଭ ହୋଇଛି । ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ କଣ୍ଟ୍ରୋଲ ରୁମ୍, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖ୍ୟାନ କେନ୍ଦ୍ର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।

ପାଣ୍ଡିଆନ ଏହାପରେ ରାଣୀ ହାଟ କ୍ଲକ୍ ଟାୱାର, ତାଳଦଣ୍ଡା କେନାଲ, ଛତରା ବଜାର ଭେଣ୍ଡିଂ ଜୋନ୍ ଆଦି ବୁଲି ଏସବୁ ସ୍ଥାନରେ ଉନ୍ନତି କରଣ କାର୍ଯ୍ୟ ବୁଲି ଦେଖିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦଶ ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+