Get Updates
Get notified of breaking news, exclusive insights, and must-see stories!

ଯାଜପୁର ଗସ୍ତରେ 5 ଟି ସଚିବ, ଲୋକଙ୍କ ସମସ୍ୟା ଶୁଣି ସମାଧାନର ଦେଲେ ପ୍ରତିଶ୍ରୁତି

ଯାଜପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କ ପାଖକୁ ଯାଇ ସ୍ଥାନୀୟ ସମସ୍ୟା ବିଷୟରେ ଶୁଣୁଛନ୍ତି 5 ଟି ସଚିବ । ଏହି କ୍ରମରେ ଯାଜପୁର ଗସ୍ତରେ ଅଛନ୍ତି 5 ଟି ସଚିବ । ଜିଲ୍ଲାର ବିଭିନ୍ନ ବ୍ଲକ ଯିବା ସହ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।

5 T Sec

ଯାଜପୁର ବଡ଼ଚଣା ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ସବୁ କଲେଜକୁ ମୁଖ୍ୟମନ୍ତ୍ରୀ 5Tରେ ରୂପାନ୍ତର କରୁଛନ୍ତି । ସମସ୍ତେ ସହଯୋଗ କଲେ 6 ମାସ ମଧ୍ୟରେ ପିଲାମାନେ ସ୍ମାର୍ଟ କ୍ଳାସରୁମ୍, ଇ-ଲାଇବ୍ରେରୀ ଆଦି ସୁବିଧା ପାଇବେ ବୋଲି 5T ସଚିବ କହିଛନ୍ତି । ସବୁ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ମିଳିଥିବା ଦରଖାସ୍ତ ନେଇ 7ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ।

ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳ ଆଲୋଚନା କରିବେ । କାଲି ସନ୍ଧ୍ୟା ସୁଦ୍ଧା ଘରେ ଇଂଜିନିୟର ପହଞ୍ଚି ବ୍ୟବସ୍ଥା କରିବେ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଗୁରୁତ୍ୱ ଦିଅନ୍ତି । ଫସଲବୀମାରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରିମିୟମ ଛାଡ କରିଛନ୍ତି । ବିନା ସୁଧରେ ଏକ ଲକ୍ଷ ଟଙ୍କା ଋଣ ଦେଉଛନ୍ତି । ଯାଜପୁର ଜିଲ୍ଲାରେ 17 ହଜାରରୁ ଅଧିକ ମିଶନ ଶକ୍ତି ଗ୍ରୁପ ଗୋଟିଏ ବର୍ଷରେ 500 କୋଟିରୁ ଅଧିକ ଋଣ ନେଇଛନ୍ତି । ଖାଲି ପଡିଥିବା ସବୁ ସରକାରୀ ବିଲ୍ଡିଂକୁ ମରାମତି କରି ମାସେ ମଧ୍ୟରେ ମିଶନଶକ୍ତି ଗ୍ରୁପକୁ ବିନା ଭଡାରେ ହସ୍ତାନ୍ତର କରାଯିବ ।

ବଡଚଣା ରେ ଥିବା 18 ଟି ପଞ୍ଚାୟତରେ ପିଇବା ପାଣି ପହଞ୍ଚିବ । ପିଇବା ପାଣି ଘରେ ଘରେ ପହଞ୍ଚିବା ପାଇଁ 180 କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଖର୍ଚ୍ଚ କରୁଛନ୍ତି । ବାଲିକୁଦାରେ ମେଗାଲିଫ୍ଟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ 45 କୋଟି ଅନୁଦାନ ଦେଇଛନ୍ତି । ମାଧେଇପୁର ଇରିଗେସନ ପାଇଁ 5କୋଟି, ନାଲିଆପୁର ରାସ୍ତା ପାଇଁ 6 କୋଟି ଟଙ୍କା ମଞ୍ଜୁର କରାଯାଇଛି । ମହାବିନାୟକ ମନ୍ଦିର ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିପିଆର ମିଳିବାର 15 ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଟଙ୍କା ମଞ୍ଜୁର କରିବେ । ମହାବିନାୟକ ଏବଂ ଚଣ୍ଡୀ ମନ୍ଦିର ଉନ୍ନତି କରଣ ହେବ । ପ୍ରତି ଦରଖାସ୍ତର ବିଚାର କରାଯାଇ ମାସେ ମଧ୍ୟରେ ସମାଧାନ କରାଯିବ ବୋଲି 5T ସଚିବ କହିଛନ୍ତି ।

ଏହା ସହିତ ଧର୍ମଶାଳା ନିର୍ବାଚନମଣ୍ଡଳୀ ପରେ ବିଞ୍ଝାରପୁର ଗସ୍ତ କରିଥିଲେ 5T ସଚିବ । ବରୁଣେଶ୍ବର ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ବେଢା ପରିକ୍ରମା ପରେ ମନ୍ଦିରର ଉନ୍ନତିକରଣ ନେଇ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି । ଅତିଶୀଘ୍ର ମନ୍ଦିରର ବିକାଶ କରାଯିବ ବୋଲି କହିଛନ୍ତି 5T ସଚିବ । ପରେ ମନ୍ଦିର ପଡିଆରେ ବିରାଟ ଜନ ସମାବେଶରେ ଯୋଗଦେଇଥିଲେ ଭିକେ ପାଣ୍ଡିଆନ୍ ।

ମନ୍ଦିର ଧର୍ମାନୁଷ୍ଠାନକୁ ନେଇ ଥିବା ଅଭିଯୋଗକୁ ନେଇ 7 ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ପାଇବେ ବୋଲି କହିଛନ୍ତି 5T ସଚିବ । ପିଇବା ପାଣି ପାଇଁ ଥିବା ସମସ୍ୟାର ଶୀଘ୍ର ସମାଧାନ କରାଯିବ । ସବୁ କାମ ଗୁଡିକ ସ୍ବଚ୍ଛତାର ସହ କରିବା ପାଇଁ ପରାମର୍ଶ ଦେଇଛନ୍ତି ଭିକେ ପାଣ୍ଡିଆନ୍ । ପାନୀୟ ଜଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ 315 କୋଟି ମଞ୍ଜୁର କରିଥିବା କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।

ବଡ଼ଚଣା ପରେ 5T ସଚିବ ଭି.କେ ପାଣ୍ଡିଆନ ଧର୍ମଶାଳା ନିର୍ବାଚନମଣ୍ଡଳୀର ଜାରକା ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲେ । ଏଠାରେ ଆୟୋଜିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମିଶନ ଶକ୍ତି ମହିଳା, କମ୍ୟୁନିଟି ଷ୍ଟାଫ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ପ୍ରତିନିଧି ଓ ଚାଷୀମାନେ ଅଭିଯୋଗ ଶୁଣାଣି ଶିବିରରେ ସାମିଲ ହୋଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+