Get Updates
Get notified of breaking news, exclusive insights, and must-see stories!

ଦ୍ୱିତୀୟ ଦିନ ଗଞ୍ଜାମ ଗସ୍ତରେ 5 ଟି ସଚିବ, ଶୁଣିଲୋ ଲୋକଙ୍କ ଅଭିଯୋଗ

ଗଞ୍ଜାମ : ଦ୍ୱିତୀୟ ଦିନ ଗଞ୍ଜାମ ଗସ୍ତରେ 5 ଟି ସଚିବ । ଦୁଇ ଦିନ ଧରି ଗଞ୍ଜା ଜିଲ୍ଲା ଗସ୍ତ କରିବା ସହ 5 ଟି ସଚିବ ମାରାଥନ ସମୀକ୍ଷା କରିଛନ୍ତି । ଆଜି ଭଞ୍ଜନଗରରେ ଲୋକଙ୍କ ସହ ଆଲୋଚନା କରି ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ । ଛାତ୍ରଛାତ୍ରୀ, ମହିଳା, ଲୋକଙ୍କ ସହ ସିଧା ସଳଖ ଭେଟିଥିଲେ । ହାତକୁ ହାତ ମିଶାଇ ଅଭିଯୋଗ ପତ୍ର ଗ୍ରହଣ ମଧ୍ୟ କରିଥିଲେ ।

5 T Sec

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡ଼ିଆରେ ପହଞ୍ଚିବା ପରେ ମିଶନ ଶକ୍ତି ମା'ମାନେ ବିପୁଳ ସ୍ୱାଗତ ରକିଛନ୍ତି । ରାକ୍ଷୀ ବାନ୍ଧି ଶୁଭ ମନାସିଛନ୍ତି ମା' । ଭଞ୍ଜନଗର ଅଞ୍ଚଳର ପିଇବା ପାଣି ପାଇଁ 1500 କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି । ସେହିପରି ଚାଷୀଙ୍କ ପାଇଁ ଇନ ଷ୍ଟ୍ରିମ ଯୋଜନା ସହିତ ନୂଆ ସେତୁ କରୁଛନ୍ତି ରାଜ୍ୟ ସରକାର । ପିଇବା ପାଣି ନେଇ ଯେଉଁ ଅଭିଯୋଗ ପତ୍ର ଆସିଛି, ତାହା 2 ଦିନ ମଧ୍ୟରେ ସମାଧାନ ହେବ ବୋଲି କହିଛନ୍ତି 5 ଟି ସଚିବ । ଆଜି ସନ୍ଧ୍ୟା ସୁଦ୍ଧା ଗାଁରେ ଇଂଜିନିୟର ପହଞ୍ଚିବେ । ସେହିପରି ମୁଖ୍ୟମନ୍ତ୍ରୀ ସ୍କୁଲ ଓ କଲେଜଗୁଡ଼ିକୁ 5ଟିରେ ସାମିଲ କରିଥିବା କଥା କହିଛନ୍ତି 5ଟି ସଚିବ ।

5-T କଲେଜ ରୂପାନ୍ତରିତ ନେଇ ଜନ ପ୍ରତିନିଧିଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ 5-T ସଚିବ । ଭଲ ପାଠପଢି ବାପା-ମା'ଙ୍କ ସ୍ବପ୍ନକୁ ସାକାର ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । କଲେଜର ବର୍ତ୍ତମାନ ସ୍ଥିତି ଏବଂ 5-T ରୂପାନ୍ତର ପରେ ଫଟୋ ପଠାଇବାକୁ ପରାମର୍ଶ ଦେଇଛନ୍ତି ।

ଏସଏଚଜି ମହିଳାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି 5-T ସଚିବ । ରୋଜଗାର ପାଇଁ ସୁଯୋଗ ଦେବା ଭାବି ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଗଠନ କରିଥିବା ନେଇ କହିଛନ୍ତି ସେ । 70 ଲକ୍ଷ ମହିଳା ଏଥିରେ ସାମିଲ ହୋଇ ଗଞ୍ଜାମ ଜିଲ୍ଲାରେ ଗୋଟିଏ ବର୍ଷରେ 1 ହଜାର କୋଟି ଟଙ୍କା ଋଣ ନେଇଛନ୍ତି । ରିମୋଟ ଅଞ୍ଚଳର ମା'ମାନେ କେମିତି ଋଣ ପାଇବେ ସେଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଳିମାଗୋଛା ପଞ୍ଚାୟତରୁ ଋଣ ମେଳା କ୍ୟାମ୍ପ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନ ଗୃହ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ମଧୁ ବାବୁ ଯୋଜନାରେ ତୁରନ୍ତ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମହିଳାଙ୍କ ପାଇଁ 10 ଲକ୍ଷ ଏବଂ ପୁରୁଷଙ୍କ ପାଇଁ 5 ଲକ୍ଷ ଟଙ୍କା ସୁବିଧା ଯୋଗାଇଛନ୍ତି । ଗରିବ ଲୋକଙ୍କ ଚିକିତ୍ସା ପାଇଁ ଏହି ସୁବିଧା ଯୋଗାଇଛନ୍ତି ମୁଖ୍ୟମନ୍ତ୍ରୀ । 24 ଘଣ୍ଟା ମଧ୍ୟରେ ଜରୁରୀ ଚିକିତ୍ସା ଯୋଗାଣ ପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନା ସ୍ମାର୍ଟ କାର୍ଡରେ ମୁଖ୍ୟମନ୍ତ୍ରୀ ସୁବିଧା ଯୋଗାଇଛନ୍ତି ।

ଏହାସହ ଚାଷୀମାନଙ୍କୁ ଲକ୍ଷେ ଟଙ୍କାର ଋଣ ବିନା ସୁଧରେ ଦେଉଛନ୍ତି । ତାସହ ବୀମା ରାଶିର ପ୍ରିମୀୟମ ବି ସରକାର ଦେଉଛନ୍ତି । ଗଂଜାମ ଜିଲ୍ଲାର ଲକ୍ଷେ 25 ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଦେଇଛନ୍ତି, ତା ଉପରେ ସେପ୍ଟେମ୍ବର 3 ତାରିଖ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି କହିଛନ୍ତି 5T ସଚିବ । ସମସ୍ତ ଅଭିଯୋଗ ମାସକ ଭିତରେ ସମାଧାନ ହେବ ବୋଲି କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+