Get Updates
Get notified of breaking news, exclusive insights, and must-see stories!

କେନ୍ଦ୍ରାପଡ଼ାରେ 5-ଟି ଅଧ୍ୟକ୍ଷ, କହିଲେ - ପ୍ରତିଶ୍ରୁତି ପାଳ ପାଇଁ ଚାଲିଛି କାମ

କେନ୍ଦ୍ରାପଡ଼ା: 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିଛନ୍ତି l ଏହି ସମୟରେ ବିଭିନ୍ନ ବ୍ଲକ ପରିଦର୍ଶନ କରି ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ସହ ରାଜ୍ୟ ସରକାର କେନ୍ଦ୍ରାପଡ଼ାର ବିକାଶ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛନ୍ତି ।

5-T chairman - kendrapada

ଅପରାହ୍ନ 3ଟାରେ ରାଜନଗର ବ୍ଲକର କେରଡାଗଡରେ ହେଲିକପ୍ଟର ଯୋଗେ ପହଞ୍ଚିବା ପରେ 5-T ଅଧ୍ୟକ୍ଷ ବ୍ରାହ୍ମଣୀ ନଦୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ସମୀକ୍ଷା କରିବା ସହ କେରଡାଗଡ ଶ୍ରୀ ଜଗନ୍ନାଥ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ପରେ ପରେ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ସେମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l

ପଟ୍ଟାମୁଣ୍ଡାଇ ଆସିବା ବାଟରେ ଗୋପାଳପୁର ଓ ମଦନପୁର ଛକରେ ମଧ୍ୟ ଜନସାଧାରଣଙ୍କୁ ସ୍ୱଳ୍ପ ସମୟ ପାଇଁ ଉଦବୋଧନ ଦେଇଥିଲେ l କଟକ ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ଠାରେ ଡାକବଙ୍ଗଳା ଛକ ଓ ଗୋଗୁଆ ଛକରେ ମଧ୍ୟରେ ଉପସ୍ଥିତ ଥିବା ଦଳୀୟ କର୍ମୀ ଓ ଜନସାଧାରଣ ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l କେନ୍ଦ୍ରାପଡାରେ ଖୁବଶୀଘ୍ର ଲକ୍ଷ୍ମୀ ବସ୍ ଚାଲିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି 5-T ଅଧ୍ୟକ୍ଷ ।

ଏପରିକି ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଆପଣଙ୍କୁ ଖୁସି ଖବର ଦେବେ ବୋଲି କହିଛନ୍ତି ସେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁମାନେ କାର୍ଡ ପାଇନାହାନ୍ତି ସେମାନଙ୍କୁ ଖୁବଶୀଘ୍ର କାର୍ଡ ଯୋଗାଇ ଦିଆଯିବ । ଆମେ ସମସ୍ତେ ମିଶି ଓଡିଶା ପାଇଁ ଭଲ କାମ କରିବା । ମୁଖ୍ୟମନ୍ତ୍ରୀ କଥା କମ୍‌ କୁହନ୍ତି, କାମ କରି ଦେଖାନ୍ତି । ଆମେ ସମସ୍ତେ ତାଙ୍କର ଶିଷ୍ୟ । ବହୁତ କମ୍ କଥା କହିବି, କାମ କରିବି ବୋଲି 5-T ଅଧ୍ୟକ୍ଷ ନିଜ ଉଦବୋଧନରେ କହିଛନ୍ତି ।

ପରେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଭୁବନେଶ୍ଵର ଅଭିମୁଖେ ବାହାରିଥିଲେ l 5-T ଅଧ୍ୟକ୍ଷଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା l ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ତାଙ୍କୁ ପାଛୋଟି ନେଇଥିଲେ l 5-T ଅଧ୍ୟକ୍ଷ କେନ୍ଦ୍ରାପଡାରେ ପ୍ରାୟ 4 ଘଣ୍ଟା ରହିଥିଲେ l ସେହି ସମୟରେ ଅନେକ ଲୋକଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+