Get Updates
Get notified of breaking news, exclusive insights, and must-see stories!

ମା' ସମଲେଶ୍ୱରୀଙ୍କ ଦର୍ଶନ ସହ ସମଲେଶ୍ୱରୀ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ପାଣ୍ଡିଆନ୍

ସମ୍ୱଲପୁର: ସମଲେଶ୍ୱରୀ ମନ୍ଦିରର ହେଉଛି ନବକଳେବର । ଚୂଡ଼ାନ୍ତ ପର୍ଯ୍ୟାୟରେ ମା' ସମଲେଶ୍ୱରୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ । ଏହି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ନେଇ ସମ୍ବଲପୁରରେ ପହଞ୍ଚିଛନ୍ତି 5-ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ।

v ka pandian

ଆଜି ସକାଳୁ ଭି କେ ପାଣ୍ଡିଆନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ମା' ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ । ଏଥିସହ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ । ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି ଭି କେ ପାଣ୍ଡିଆନ୍ ।

ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳୀ, ପୋଡିୟମ, ଧାଡ଼ି ପରିଚାଳନା ବ୍ୟବସ୍ଥା, କ୍ଲକ ରୁମ ସହ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ ଆଦି ସଂପର୍କରେ ପଚାରି ବୁଝିଥିଲେ । ମନ୍ଦିର ରୂପାନ୍ତରଣର 70 ପ୍ରତିଶତରୁ ଅଧିକ ଶେଷ ହେଲାଣି । ନୂଆବର୍ଷ ପୂର୍ବରୁ ରୂପାନ୍ତରଣ କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ରାତିରେ 5-ଟି ଏବଂ 'ନବୀନ ଓଡ଼ିଶା' ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସମ୍ବଲପୁରରେ ପହଞ୍ଚିଥିଲେ । ଶ୍ରୀ ପାଣ୍ଡିଆନ ଭୁବନେଶ୍ୱରରୁ ବିମାନ ଯୋଗେ ରାତି 8.50 ରେ ଝାରସୁଗୁଡ଼ା ବିମାନ ବନ୍ଦ‌ରରେ ପହଞ୍ଚି ଥିଲେ । ସେଠାରୁ ସଡ଼କ ପଥରେ ସମ୍ବଲପୁର ଆସିଥି‌ଲେ । ସେ ସର୍କିଟ ହାଉସ୍‌ରେ ରାତ୍ରୀଯାପନ କରି‌ଥିଲେ ।
ଏହି ସମୟରେ ସମ୍ୱଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ, ଆରଡିସି ସୁରେଶ ଚନ୍ଦ୍ର ଦଳେଇ, ଆଇଜି ଡକ୍ଟର ଦୀପକ କୁମାର, ଏସପି ମୁକେଶ ଭାମୁ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+