Get Updates
Get notified of breaking news, exclusive insights, and must-see stories!

Dengue: ଆତଙ୍କ ରଚିଛି ଡେଙ୍ଗୁ, 30 ଜିଲ୍ଲାର 40ଟି ପରୀକ୍ଷା କେନ୍ଦ୍ରରେ ହେବ ଟେଷ୍ଟିଂ

Dengue: ସାରା ରାଜ୍ୟରେ ଅଣାୟତ ଡେଙ୍ଗୁ ସଂକ୍ରମଣ । ଟ୍ୱିନ୍ ସିଟି ସମେତ ରାଜ୍ୟର 30 ଜିଲ୍ଲାରେ ଡେଙ୍ଗୁ ଆତଙ୍କ ରଚୁଛି । ଏ ବର୍ଷ ବର୍ତ୍ତମାନ ସୁଦ୍ଧା 3 ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି । ଏହକୁ ନେଇ କେବଳ ଲୋକ ନୁହଁ ପ୍ରଶାସନକୁ ମଧ୍ୟ ଚିନ୍ତା ଘାରିଛି ।

Dengue

ରାଜ୍ୟରେ ଏବେ ସୁଦ୍ଧା ମୋଟ 49 ହଜାର 488 ଜଣଙ୍କ ଡେଙ୍ଗୁ ନମୁନା ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ 3328 ଜଣ ଡେଙ୍ଗୁ ସଂକ୍ରମିତ ଥିବା ଜଣାପଡ଼ିଛି । ଯାହାକି ଗତବର୍ଷ ତୁଳନାରେ ଢେର ଅଧିକ । ଗତବର୍ଷ ପ୍ରାୟ 21 ହଜାର ନମୁନା ପରୀକ୍ଷା କରାଯାଇଥିଲା । ଚଳିତ ବର୍ଷ ପରୀକ୍ଷା ସଂଖ୍ୟା ଗତବର୍ଷ ତୁଳନାରେ ଦୁଇଗୁଣା ଅଧିକ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର 30 ଟି ଜିଲ୍ଲାର 40 ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି ବୋଲି ସେ କହିଛନ୍ତି ।

ଡେଙ୍ଗୁ ଜ୍ୱରର ହୋଇଛି ବୋଲି ସୁନିଶ୍ଚିତ ହେବା ପାଇଁ ଏଲିସା ଟେଷ୍ଟ୍ କିଟ୍ ଦ୍ୱାରା ସେରୋଲୋଜିକାଲ୍ ଡାଇଗ୍ନୋଷ୍ଟିକ୍ ସଠିକ୍ ପଦ୍ଧତି ବୋଲି ସେ କହିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 90 ପ୍ରତିଶତ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ନୟାପଲ୍ଲୀ, ଭୀମଟାଙ୍ଗୀ, ୟୁନିଟ୍ 9 ଓ ୟୁନିଟ୍ 6 ରେ ଡେଙ୍ଗୁ ବ୍ୟାପିଛି । କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗର ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର ମଧ୍ୟ ଖୋଲାଯାଇଛି ।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପଟିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଆଇଆରସି ଭିଲେଜ ହସ୍ପିଟାଲରେ ଆଉ ଦୁଇଟି ପରୀକ୍ଷା କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଛି ଏବଂ ଚଳିତ ସପ୍ତାହରୁ ସେଗୁଡ଼ିକ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ।

ସେପଟେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ 'ଘର ଘର ସମ୍ପର୍କ ଅଭିଯାନ' ମାଧ୍ୟମରେ ବସ୍ତିବାସିନ୍ଦାଙ୍କୁ ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ସହରର ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ମଶା ବଂଶ ବୃଦ୍ଧି କରୁଥିବା ସ୍ଥାନକୁ ମଧ୍ୟ ନଷ୍ଟ କରି ଦିଆଯାଉଛି ।

ଡେଙ୍ଗୁ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ପ୍ରତିଶେଧକମୂଳକ ପଦକ୍ଷେପ ନିଆଯିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି । ଏହା ସତ୍ତ୍ୱେ ବି ସଂକ୍ରମଣକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି । ତେବେ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବରରେ ଏହା ପ୍ରକୋପ ଧିରେ ଧିରେ କମ୍ ହେବ ବୋଲି କହିଛନ୍ତି ବିଶେଷଜ୍ଞ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+