୪୦ ଲକ୍ଷ ପର୍ଯ୍ୟଟକ ବୁଲିଲେ ନନ୍ଦନକାନନ,୨୩ କୋଟିରୁ ଅଧିକ ଆୟ
ରାଜଧାନୀ ଭୁବନେଶ୍ୱରରେ ଛିଡ଼ା ହୋଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ।ବର୍ଷ-୨୦୨୫ରେ ପର୍ଯ୍ୟଟକ ସଂଖ୍ୟା ରେକର୍ଡ଼ ଭଙ୍ଗ ହୋଇଛି। ୪୦ ଲକ୍ଷ ୨୦ ହଜାର ୫୩୯ ରେକର୍ଡ ସଂଖ୍ୟକ ଟିକେଟ ବିକ୍ରି ହୋଇ ଥିବା ସୂଚନା ଦେଇଛନ୍ତି ଡିଏଫଓI ସେଥି ମଧ୍ୟରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୮ ଲକ୍ଷ ୪୩ ହଜାର ୨୩ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ୧ ଲକ୍ଷ ୭୭ ହଜାର ୫୧୧ ଖଣ୍ଡ ରହିଛି।
ଟିକେଟ ବିକ୍ରି ବାବଦକୁ ନନ୍ଦନକାନନରୁ ୨୩ କୋଟି ୨୩ ଲକ୍ଷ ଟଙ୍କା ରାଜସ୍ବ ସଂଗ୍ରହ ହୋଇଛି, ଯାହା ୨୦୨୪ ବର୍ଷର ରାଜସ୍ବ ଆଦାୟ ଠାରୁ ୧.୦୬ କୋଟି ଟଙ୍କା ଅଧିକ। ୨୦୨୪ରେ ୩୭ ଲକ୍ଷ ୯୯ ହଜାର ୬୩୨ ଖଣ୍ଡ ଟିକେଟ ବିକ୍ରି ରେକଡ଼କୁ ଭଙ୍ଗ କରିିଛି ୨୦୨୫ ବର୍ଷର ଟିକେଟ ବିକ୍ରି । ୨୦୨୫ ମସିହାରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପରିଦର୍ଶକ ଆସିଥିଲେ। ୨୦୨୫ କ୍ୟାଲେଣ୍ଡର ବର୍ଷରେ ନନ୍ଦନକାନନ ପରିଦର୍ଶକଙ୍କ ସଂଖ୍ୟାରେ ଏକ ଐତିହାସିକ ସଫଳତା ହାସଲ କରିଛି।

ବର୍ଷକ ମଧ୍ୟରେ ମୋଟ ୪୦,୨୦,୫୩୯ ଜଣ ପର୍ଯ୍ୟଟକ ନନ୍ଦନକାନନ ପରିଦର୍ଶନ କରିଥିଲେ, ଯାହା ଏକ କ୍ୟାଲେଣ୍ଡର ବର୍ଷରେ ରେକର୍ଡ ହୋଇଥିବା ସର୍ବାଧିକ ପରିଦର୍ଶକଙ୍କ ସଂଖ୍ୟା। ଏଥି ମଧ୍ୟରୁ ୩୮, ୪୩, ୦୨୮ ଜଣ ଦର୍ଶକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ୧,୭୭,୫୧୧ ଜଣ ପର୍ଯ୍ୟଟକ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିଦର୍ଶନ କରିଥିଲେ। ତୁଳନାତ୍ମକ ଭାବରେ କ୍ୟାଲେଣ୍ଡର ବର୍ଷ ୨୦୨୪ରେ ମୋଟ ପରିଦର୍ଶକଙ୍କ ସଂଖ୍ୟା ୩୭,୯୯,୬୩୨ ଥିଲା, ଯାହା ଜନସାଧାରଣଙ୍କ ଆଗ୍ରହ ଏବଂ ଅଂଶଗ୍ରହଣରେ ଯଥେଷ୍ଟ ବୃଦ୍ଧି ଦର୍ଶାଉଛି।
-
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ








Click it and Unblock the Notifications