40 ଫୁଟ୍ ତଳକୁ ଖସିଲା କାର, 4 ଆହତ
ବ୍ରହ୍ମପୁର: ଭାରସାମ୍ୟ ହରାଇ ଖସିପଡ଼ିଲା କାର୍ । ଫଳରେ ଡ୍ରାଇଭରଙ୍କ ସହ 4 ଜଣ ଆହତ ହୋଇଛନ୍ତି । ମହେନ୍ଦ୍ରଗିରି ଶୈବପୀଠରେ ହୋଇଛି ଏହି କାର ଦୁର୍ଘଟଣା ।

ବ୍ରହ୍ମପୁରରୁ 4 ଜଣ ସାଙ୍ଗ ମହେନ୍ଦ୍ରଗିରି ଶୈବପୀଠ ବୁଲିବା ପାଇଁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା । ଭାରସାମ୍ୟ ହରାଇ କାରଟି 40 ଫୁଟ ପାହାଡ଼ ତଳକୁ ଖସି ପଡିଥିଲା l ଫଳରେ କାରରେ ଥିବା ସମସ୍ତେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l












Click it and Unblock the Notifications