ବିଦ୍ୟୁତ୍ ଆଘାତରେ ଚାଲିଗଲା 4 ହାତୀଙ୍କ ଜୀବନ

ଭୁବନେଶ୍ୱର : ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଲେ 4 ହାତୀ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଠାରେ 4 ହାତୀଙ୍କ ମୃତଦେହ ମିଳିଛ । ହାତୀଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡ଼ିରହିଥିବାରୁ ଏହା ସନ୍ଦେହ କରାଯାଉଛି ।
ଓଡ଼ିଶାରୁ 6 ଟିକିଆ ହାତୀପଲ ଆନ୍ଧ୍ର ସୀମା ପାର ହେଉଥିବା ବେଳେ ବିଦ୍ୟୁତ ଆଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗୁଣପୁର ପଦୁପୁର ନୁଆଗଡ଼ ଅଞ୍ଚଳରେ ଥିଲେ ହାତୀପଲ । କିଛି ମାସ ତଳେ ଆନ୍ଧ୍ର ମୁହାଁ ହୋଇଥିଲେ । ଆଉ ଦୁଇଟି ହାତୀ ଜୀବନ ବିକଳରେ ପାଖ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳୁଛି ।
ଘଟଣାସ୍ଥଳରେ ଆନ୍ଧ୍ର ପୁଲିସ ଓ ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ମୃତ ହାତୀଙ୍କ ମଧ୍ୟରେ 2ଟି ମାଈ ହାତୀ ଏବଂ 2 ଅଣ୍ଡିରା ହାତୀ ରହିଥିବାର ଜଣାପଡ଼ିଛି । ପ୍ରକୃତ ତଦନ୍ତ ପରେ ଏହାର ପ୍ରକୃତ କାରଣ ଜଣାପଡିବ ।
ଶୁକ୍ରବାର ଭୋର ସକାଳେ ସେହି ଅଞ୍ଚଳରେ 6 ଟିକିଆ ହାତୀପଲ ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଶ୍ରୀକାକୁଲମ ଜିଲ୍ଲା ଡିଏଫଓ ସମେତ ଉଚ୍ଚସ୍ତରୀୟ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି ।












Click it and Unblock the Notifications