ସଡ଼କ ଦୁର୍ଘଟଣା: ଦୁଇ ମହିଳାଙ୍କ ସହ ଚାଲିଗଲା 4 ଜଣଙ୍କ ଜୀବନ
ଝାରସୁଗୁଡ଼ା: ସକାଳୁ ସକାଳୁ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଜୁନିୟନ୍ ଛକରେ ଟାଟା ମ୍ୟାଜିକ୍କୁ ଧକ୍କା ଦେଇଛି ଟ୍ରକ । ଫଲରେ 4 ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣାରେ କିଛି ଯାତ୍ରୀ ଗୁରୁତର ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଦୁଇ ଜଣ ମହିଳା ଥିବା ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟଲୋକେ । ଏହାସହ ଟାୟାର ଜାଳି ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି । ଏବେବି ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଯାହାକୁ ଦୃଷ୍ଟି ରଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।
ମିଳିଥିବା ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ଲଖନପୁର ଥାନା ଜୁନିୟନ୍ ଛକରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଟାଟା ମ୍ୟାଜିକକୁ ଧକ୍କା ଦେଇଥିଲା । ଫଳରେ ଗାଡି ଥିବା ଯାତ୍ରୀ ଗୁରୁତର ହୋଇଥିଲେ । ଏହାପରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ 4ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।












Click it and Unblock the Notifications