ପୁରୀ-ହାୱଡ଼ାକୁ ଚାଲିବ ତିନୋଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ବାହାନଗାରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପରେ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଗତ ଦୁଇ ଦିନ ମଧ୍ୟରେ ଅନେକ ଟ୍ରେନ୍ ବାତିଲ ହୋଇଛି । ଉଭୟ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ 28 ଟ୍ରେନ୍ ବାତିଲ କରାଯାଇଛି ଏବଂ ଅନେକ ଟ୍ରେନ୍ର ଗତିପଥ ବଦଳାଯାଇଛି ।
ଉଭୟ ରେଳପଥର ସମନ୍ୱୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିଛି । ବିଶେଷକରି ପୁରୀରୁ ହାଓଡ଼ା ମଧ୍ୟରେ ଅନେକ ଯାତ୍ରୀ ଅଟକି ରହିଛନ୍ତି । ସେମାନଙ୍କ ସୁବିଧାକୁ ନଜରରେ ରଖି ପୂର୍ବତଟ ରେଳପଥ ହାଓଡାକୁ 3 ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି ।
02801 ପୁରୀ-ହାଓଡ଼ା ସ୍ପେଶାଲ ଟ୍ରେନ, ପୁରୀରୁ ସନ୍ଧ୍ୟା 7 ଟାରେ ଛାଡି ଯାଜପୁର-କେନ୍ଦୁଝରରୋଡ୍-ଡାଙ୍ଗପୋଷି-ଖଡଗପୁର ଦେଇ ଚାଲିବ । ଏହି ଟ୍ରେନଟି ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯଖପୁର, ହରିଚନ୍ଦନପୁର, ଡୋଙ୍ଗୋପୋସି, ଟାଟା ଓ ଖଡ଼ଗପୁର ଦେଇ ହାୱଡାକୁ ଯିବ । ଏହି ଟ୍ରେନରେ 2 ସ୍ଲିପର କ୍ଲାସ, 6ଟି ଦ୍ୱିତୀୟ ଶ୍ରେଣୀ ଚେୟାର କାର୍ ଏବଂ ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍ ସଂଯୋଗ କରାଯାଇଛି ।
ଦ୍ୱିତୀୟ ଟ୍ରେନଟି ରାତି 9 ଟାରେ ପୁରୀ ରୁ ହାୱଡ଼ା ଅଭିମୁଖେ ବାହାରିବ । ଏହା ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର ସହର, ଝାରସୁଗୁଡା, ରାଉରକେଲା, ଚକ୍ରଧରପୁର, ଟାଟା, ଖଡ଼ଗପୁର ଦେଇ ହାଓଡାରେ ପହଞ୍ଚିବ ।
ସେହିପରି ତୃତୀୟ ଟ୍ରେନ୍ଟି ପୁରୀ ଷ୍ଟେଶନରୁ ରାତି 10 ଟାରେ ଯାତ୍ରାରମ୍ଭ କରିବ । ଏହା ସାକ୍ଷୀଗୋପାଳ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, ଡାଙ୍ଗପୋଷି, ଟାଟା ଓ ଖଡ଼ଗପୁର ହୋଇ ହାୱଡାରେ ପହଞ୍ଚିବ ।












Click it and Unblock the Notifications