Get Updates
Get notified of breaking news, exclusive insights, and must-see stories!

3 ଟଙ୍କା ପାଇଁ 25 ହଜାର ଫାଇନ୍ !

ସମ୍ବଲପୁର: 3 ଟଙ୍କା ପାଇଁ ଗ୍ରାହକଙ୍କୁ ଅପମାନିତ କରିବା ପଡ଼ିଲା ମହଙ୍ଗା । ଏବେ 25 ହଜାର ଟଙ୍କା ଫାଇନ୍ ଦେବେ ଦୋକାନୀ । ଗ୍ରାହକଙ୍କୁ ଅପମାନିତ କରିଥିଲେ ଦୋକାନୀ । ଘଟଣାଟି ଆପଣଙ୍କୁ ଚକ୍କିତ କରୁଥିଲେ ବି ସତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ ।

ଏମିତି କି ମାସେ ଭିତରେ 25 ହଜାର ଟଙ୍କା ଫାଇନ୍ ନ ଦେଲେ 9 ପ୍ରତିଶତ ସୁଧ ସହ ପୁଣି ଟଙ୍କା ଦେବାକୁ ପଡ଼ିବ । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଖାଉଟି ଅଦାଲତ ।

fine

ମିଳିଥିବା ସୂଚନା ଅନୁସାରେ, ଗତ ଅପ୍ରେଲ 28 ତାରିଖ ଦିନ ସମ୍ବଲପୁର ଜଣେ ବ୍ୟକ୍ତି ବୁଢ଼ାରଜା ଅଞ୍ଚଳରେ ଥିବା ଏକ ଜେରକ୍ସ ଦୋକାନରେ ଗୋଟିଏ ପେଜ୍ କାଗଜର ଫଟୋ କପି ବାହାର କରିଥିଲେ । ଫଟୋ କପି ବାବଦକୁ 2 ଟଙ୍କା ହୋଇଥିବା ବେଳେ ଗ୍ରାହକ ଜଣକ 5 ଟଙ୍କା ଦେଇ 3 ଟଙ୍କା ଫେରସ୍ତ ପାଇଁ ଦୋକାନୀଙ୍କୁ କହିଥିଲେ । ତେବେ ଦୋକାନୀ ଆଉ ଟଙ୍କା ଫେରସ୍ତ କରିବେନି ବୋଲି କହିବା ପରେ ଗ୍ରାହକ ଜଣକ ଫେରସ୍ତ ପାଇଁ ଜିଦ୍ ଧରିଥିଲେ । ଏହାପରେ ଗ୍ରାହକଙ୍କୁ ର୍ଦୁବ୍ୟବହାର ସହ ଦୋକାନୀ ଜଣକ 5 ଟଙ୍କା ଫେରାଇ ଦେଇଥିଲେ । ଭିକାରୀକୁ ଦାନ ଦେଲେ ବୋଲି କହିଥିଲେ।

ଦୋକାନୀର ଏହି କଥା ଗ୍ରାହକଙ୍କୁ ବହୁତ ବାଧିଥିଲା । ସେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଦୋକାନୀ ନାଁରେ ଅଭିଯୋଗ କରିଥିଲେ । କୋର୍ଟ ଜେରେକ୍ସ ଦୋକାନୀଙ୍କୁ ହାଜର ହେବାପାଇଁ ନୋଟିସ କରିଥିଲେ । ହେଲେ ଜେରେକ୍ସ ଦୋକାନୀ 4 ଟି ଡେଟ୍‌ରେ ହାଜର ହୋଇନଥିଲେ । ପଞ୍ଚମ ଡେଟ୍‌ରେ ଜେରକ୍ସ ଦୋକାନୀ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ହାଜର ହୋଇଥିଲେ । କୋର୍ଟରେ ବିଚାର ହୋଇଥିଲା । କୋର୍ଟର ପ୍ରଥମ ଶୁଣାଣିରେ ଦୋକାନୀ ଉପରେ 200 ଟଙ୍କା ଫାଇନ ପକାଇଥିଲେ । ପରେ ଦ୍ୱିତୀୟ ଶୁଣାଣି ଜେରେକ୍ସ ଦୋକାନୀ ଉପରକୁ 500 ଟଙ୍କା ଫାଇନ ପକାଇଥିଲେ । ତୃତୀୟ ଶୁଣାଣି ବେଳକୁ କୋର୍ଟ 25 ହଜାର ଟଙ୍କା ଫାଇନ ଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+