ଶିମିଳିପାଳରୁ ମିଳିଲା 23 ଦେଶୀ ବନ୍ଧୁକ
ଶିମିଳିପାଳ: ଦେଶୀ ବନ୍ଧୁକର ଗନ୍ତାଘର ପାଲଟିଛି ଶିମିଳିପାଳ ଅଭୟାରଣ୍ୟ । ପୁଣି ମିଳିଛି 23 ଟି ଦେଶୀ ବନ୍ଧୁକ । ଶିମିଳିପାଳ ଅଭୟାରଣ୍ୟରେ ପୁଲିସ ପକ୍ଷରୁ ଗତ ଦୁଇ ମାସରେ ସର୍ଚ୍ଚ ଅପରେସନ କରି ଉକ୍ତ ବନ୍ଧୁକ ଜବତ ହୋଇଥିବା ନେଇ ସୂଚନା ଦିଆଯାଇଛି । ବାରିପଦା ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏସପି ଏସ୍ ସୁଶ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶିମିଳିପାଳ ସଂଲଗ୍ନ ଥିବା 9 ଟି ଥାନା ଅଧୀନରେ ଥିବା ଗାଁ ଗୁଡିକରୁ ପୁଣି 23 ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଏଥି ସହିତ 8 ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେଥିମଧ୍ୟରୁ ବାରିପଦା ସଦର ଥାନା, ଶରତ ଥାନା, କରଞ୍ଜିଆ ଥାନା, ଯଶୀପୁର ଥାନା ଓ ଠାକୁରମୁଣ୍ଡା ଥାନା ଗୋଟିଏ ଲେଖାଏଁ ବନ୍ଧୁକ ଜବତ ହୋଇଛି । ସେହିପରି ବଡ଼ସାହି ଥାନା 3ଟି, ଉଦଳା ଥାନା 5ଟି, ଖୁଣ୍ଟା ଥାନା 8 ଟି ଓ କପ୍ତିପଦା ଥାନା ପୋଲିସ 2ଟି ଦେଶୀ ବନ୍ଧୁକ ଜବତ କରିଛି । ଏନେଇ 9ଟି ଥାନାରେ 14ଗୋଟି ମାମଲା ରୁଜୁ କରାଯାଇଛି ।
ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀ ମୃତ୍ୟ ପରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଶିମିଳିପାଳ ସୁରକ୍ଷା ଅଭିଯାନରେ ମୟୂରଭଞ୍ଜ ପୁଲିସ ପକ୍ଷରୁ ଶିକାରୀ ମାନଙ୍କୁ ବନ୍ଧୁକ ସମର୍ପଣ କରିବା ପାଇଁ ନିବେଦନ କରାଯାଇଥିଲା । ଏଥିପାଇଁ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏହା ସହିତ ଶିମିଳିପାଳ ସୁରକ୍ଷା ପାଇଁ ଏବେ ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯାଇଛି । ଅଭୟାରଣ୍ୟର ସଂଲଗ୍ନ ଗ୍ରାମରୁ ସର୍ଚ୍ଚ ଅପରେସନ ଯୋଗେ ବେଆଇନ ବନ୍ଧୁକ ଜବତ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ 165 ଗୋଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ 71 ଗୋଟି ଦେଶୀ ବନ୍ଧୁକ ଜବତ ହୋଇଥିଲା । ଏବେ ପୁଣି ତୃତୀୟ ପର୍ଯ୍ୟାୟରେ 23 ଟି ଦେଶୀବନ୍ଧୁକ ଜବତ ହୋଇଛି । ତେବେ ବନ୍ଧୁକ ଯୋଗାଣକାରୀ ଓ ନିର୍ମାଣକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରିବେଶ ପ୍ରେମୀ ଦାବି କରିଛନ୍ତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications