Get Updates
Get notified of breaking news, exclusive insights, and must-see stories!

ନୂଆ-ଓ କାର୍ଯ୍ୟକ୍ରମରୁ ଫେରିବା ବେଳେ ଓଲଟିଲା ପିକ୍ ଅପ୍ ଭ୍ୟାନ୍, 21 ଛାତ୍ର ଆହତ

ଗଜପତି: ଚମ୍ପା ଘାଟିରେ ଓଲଟିଲା ପିକ୍ ଅପ୍ ଭ୍ୟାନ୍ । ଫଳରେ 21 ଜଣ ଛାତ୍ର ଆହତ ହୋଇଛନ୍ତି । ସେଥିରୁ 5 ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଚନ୍ଦ୍ରଗିରି ଓ ଆର . ଉଦୟଗିରି ମେଡିକାଲ ରେ ଭର୍ତ୍ତି କରାଯାଇଛି l

accident

ବ୍ଲକ୍ ସ୍ତରୀୟ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରୁ ଛେଳିଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ସହ ଆଉ କିଛି ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏଥିରେ 21 ଜଣ ଛାତ୍ର ଆସୁଥିଲେ । ଆଉ ସମସ୍ତେ ଆହତ ହୋଇଥିବା ସୂଚନା ରହିଛି । କିଛି ଛାତ୍ରଙ୍କର ଆର୍ ଉଦୟଗିରି ମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ 7 ଜଣଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ସେଥିମଧ୍ୟରୁ ଦୁଇ ଜଣ ଛାତ୍ର ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଦୁର୍ଘଟଣାର ପ୍ରକୃତର କାରଣ ଜଣାପଡ଼ିନାହିଁ । ଭାରସାମ୍ୟ ହରାଇବାରୁ ଓଲଟି ପଡିଥିବା ସୂଚନା ରହିଛି । ଆର. ଉଦୟଗିରି ବିଡ଼ିଓ, ବ୍ଳକ ଅଧ୍ୟକ୍ଷ ଉଭୟ ମେଡିକାଲ ରେ ପହଞ୍ଚି ଆହତ ଛାତ୍ର ମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ l

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+