ପୁଣି ଧରାପଡ଼ିଲା ମାଓବାଦୀଙ୍କ 2000 ଟଙ୍କିଆ ନୋଟ୍, ଯୁବକ ଗିରଫ
ମାଲକାନଗିରି: ଭାରତ ସରକାର 2000 ଟଙ୍କିଆ ନୋଟ୍ ବନ୍ଦ କରିବା ନେଇ ଘୋଷଣା କରିବା ପରେ ଏହାକୁ ବ୍ୟାଙ୍କରେ ଜମା କରିବାକୁ କୁହାଯାଇଛି । ଏହି ସମୟରେ ମାଓବାଦୀଙ୍କ ନିକଟରେ ଥିବା ଅନେକ 2000 ଟଙ୍କା ନୋଟ୍ ବାହାରକୁ ଆସୁଛି । ରାଜ୍ୟର ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ 2000 ଟଙ୍କିଆ ନୋଟ୍ ବଦଳାଇବାକୁ ଯାଇ ପୁଲିସ ହାବୁଡ଼ରେ ଧରା ପଡ଼ିଛି ଜଣେ ଯୁବକ ।

ପୋଲିସ ଏହି ଟଙ୍କା ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି । ସୂଚନା ଅନୁଯାୟୀ, ମାଓବାଦୀଙ୍କ 2000 ଟଙ୍କିଆ ନୋଟ ବଦଳାଇବା ପାଇଁ ଜଣେ ବ୍ୟକ୍ତି ଆୱାପାଲ୍ଲୀ ଗ୍ରାମ ଅଭିମୁଖେ ଯାଉଥିବା ପୋଲିସ ଖବର ପାଇଥିଲା । ବାସାଗୁଡା ଥାନାର ପୋଲିସ ଫୋର୍ସ ଓ ସିଆରପିଏଫ୍ 168 ବାଟାଲିଆନ୍ ଯବାନମାନେ ହିରାପୁର ଗ୍ରାମ ନିକଟରେ ଗାଡ଼ି ଯାଞ୍ଚ ଆରମ୍ଭ କରିଦେଇଥିଲେ ।
ବାଇକରେ ଆସୁଥିବା ଯୁବକକୁ ଅଟକାଇ ପଚାରିବାରୁ ସେ ନିଜର ପରିଚୟ ନାଗୁଲ ସତ୍ୟନାରାୟଣ ବୋଲି କହିଥିଲେ । ସତ୍ୟନାରାୟଣ ଧରିଥିବା ବ୍ୟାଗକୁ ଯାଞ୍ଚ କରିବା ବେଳେ ସେଥିରୁ 30 ଟି 2000 ଟଙ୍କା ନୋଟ୍, ଦୁଇଟି ପାସବୁକ୍ ଓ ମାଓବାଦୀ ପୋଷ୍ଟର ରହିଥିଲା । ପୋଲିସ ସତ୍ୟନାରାୟଣକୁ ଗିରଫ କରିବା ସହ ତା ଠାରୁ ବାଇକ, ଟଙ୍କା ଓ ଅନ୍ୟାନ ସାମଗ୍ରୀକୁ ଜବତ କରିଛି ।
ଏହା ପୂର୍ବରୁ ମଧ୍ୟ ମାଓବାଦୀଙ୍କ ଟଙ୍କା ବଦଳାଇବାକୁ ନେଉଥିବା ମାମଲା ସାମ୍ନାକୁ ଆସିବା ସହ ଟଙ୍କା ଜବତ ହୋଇଛି ।












Click it and Unblock the Notifications