ସରୁନି ଗୋଲାପୀ ନୋଟ୍ ! 2000 ଟଙ୍କା ନୋଟ୍ ବଦଳାଇବାକୁ ଆଜି ବି ଆରବିଆଇ ଆଗରେ ଲମ୍ବା ଧାଡ଼ି
2000 Rupees Note: ଲୋକଙ୍କ ପାଖୁ ସରୁନି ଗୋଲାପୀ ନୋଟ୍ । 2000 ଟଖ ବଦଳ କରିବାକୁ ଆଜି ବି ଆରବିଆଇ ଆଗରେ ଲାଗିଛି ଲମ୍ବା ଲାଇନ୍ । ଧାଡିରେ ଛିଡ଼ା ହୋଇଛନ୍ତି ଦିନ ମଜୁରିଆ ଖଟିଖିଆ । ଦୁଇ ଦିନ ଛୁଟି ପରେ ଆଜି ବି ପୂର୍ବ ଭଳି ଭୁବନେଶ୍ୱର ଆରବିଆଇ ଆଗରେ ଭିଡ଼ ଦେଖିବାକୁ ମିଳିଛି ।

ଗତ କିଛି ଦିନ ହେବ 2000 ଟଙ୍କା ନୋଟ୍ ବଦଳ କରିବାକୁ ଆରବିଆଇ ଆଗରେ ଲକୋମାନେ ଲମ୍ବା ଲାଇନ୍ ଲଗାଉଛନ୍ତି । ତେବେ 2000 ଟଙ୍କା ଅଚଳ ହେବା ପରେ ମଧ୍ୟ ଲୋକଙ୍କ ପାଖରେ ଏତେ ମାତ୍ରାର ଟଙ୍କା କେଉଁଠୁ ଆସୁଛି ସେ ନେଇ ବଡ଼ ପ୍ରଶ୍ନ ଉଠୁଛି । କେତେକ ଧନୀକ ଶ୍ରେଣୀର ଲୋକ ଦଲାଲଙ୍କ ମାଧ୍ୟମରେ ଦିନ ମଜୁରିଆଙ୍କୁ ଲାଇନ୍ ରେ ଛିଡ଼ା କରି ଟଙ୍କା ବଦଳ କରୁଥିବା କୁହାଯାଉଛି । ଏପରିକି ଟଙ୍କା ବଦଳ କରିବାକୁ ଦିନକୁ 300 ଟଙ୍କା ମଜୁରୀ ମିଳୁଛି ବୋଲି ଜଣାପଡ଼ିଛି ।
ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ EOW ଏବଂ ED ପହଞ୍ଚି ଏ ନେଇ ପଚରାଉଚୁରା କରିଥିଲା । ଏହା ସହ ଆରିବଆଇ ଅଧିକାରୀଙ୍କ ସହ ଆଲୋଚନା କରି ସିସିଟିଭି ଫୁଟେଜ୍ ନେଇଥିଲା । ଏପରିକି ସନ୍ଦେହ ହେଉଥିବା ଲୋକଙ୍କ ନାଁ, ଠିକଣା ଏବଂ ଫଟୋ ନେଇଥିଲା । କିନ୍ତୁ ଦୁଇ ଦିନ ଛୁଟି ପରେ ପୁଣି ପୂର୍ବ ଅବସ୍ଥା ଦେଖିବାକୁ ମିଳିଛି ।
ବ୍ୟାଙ୍କରେ ଅକ୍ଟୋବର 7 ତାରିଖ ଯାଏଁ ଟଙ୍କା ବଦଳାଇବାର ଶେଷ ସୀମା ଥିବା ବେଳେ ଆରବିଆଇରେ ଏବେ ଏହି ଟଙ୍କା ବଦଳାଇବା ବ୍ୟବସ୍ଥା ଜାରି ରହିଛି । ତେବେ ଟଙ୍କା ବଦଳାଇବା ପାଇଁ ହଠାତ୍ ଏଭଳି ଗହଳକୁ ନେଇ ସନ୍ଦେହ ବଢିବାରେ ଲାଗିଛି । 2000 ଟଙ୍କା ଅଚଳ ହେବା ନେଇ ଆରବିଆଇ ଘୋଷମାଣା କରିବାର ବହୁ ପୂର୍ବରୁ ବ୍ୟାଙ୍କ କିମ୍ବା ଏଟିଏମ୍ ରେ 2000 ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନଥିଲା । କିନ୍ତୁ ହଠାତ୍ ଏତେ ପରିମାଣର 2000 ଟଙ୍କିଆ ନୋଟ୍ କେଉଁଠୁ ଆସିଲା ସେ ନେଇ ପ୍ରଶ୍ନ ଉଠୁଛି ।
ଟଙ୍କା ବଦଳ କରିବାକୁ ଆସିଥିବା ଲୋକ ଏ ସବୁ ତାଙ୍କର ନ ହେଲେ ମଧ୍ୟ ବଡ଼ ବଡ଼ିଆ ବାବୁଙ୍କ ଟଙ୍କା ବଦଳାଇବାକୁ ଲାଇନ ଲଗାଇଛନ୍ତି ବୋଲି ବସ୍ତିବାସିନ୍ଦା ମାନେ ପ୍ରତିକ୍ରିୟା ରଖିଛନ୍ତି । 20 ହଜାର ଟଙ୍କା ବଦଳାଇଲେ ଅସଲି ମାଲିକଙ୍କ ଠାରୁ ମିଳୁଛି 300 ଟଙ୍କା । କିଛି ବ୍ୟବସାୟୀ ଲୋକଙ୍କ ଜରିଆରେ ନୋଟ ବଦଳାଉଥିବା ଜଣାପଡିଛି । ଏପରିକି କେତେ ଲୋକ ନୋଟ୍ ଅଚଳ ହୋଇଥିବା ନେଇ ଜାଣି ନଥିବା ବୋଲି କହିଛନ୍ତି । ତେବେ ହଠାତ୍ ଆରବିଆଇ ରେ ନୋଟ୍ ବଦଳ ନେଇ ଖବର ପାଇବା ଏବଂ ଏତେ ପରିମାଣର 2000 ଟଙ୍କିଆ ନୋଟ୍ ସାଧାରଣ ଗରିବ ଖଟିଖିଆଙ୍କ ପାଖରେ କେଉଁଠୁ ଆସିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ










Click it and Unblock the Notifications