Get Updates
Get notified of breaking news, exclusive insights, and must-see stories!

15 ଦିନରେ ଧସିଗଲା କୋଟିଏ ଟଙ୍କାର ନଦୀବନ୍ଧ, ଆତଙ୍କିତ ଅବସ୍ଥାରେ ବୈତରଣୀ କୂଳ ଲୋକ

ଭଦ୍ରକ : ଧସିଲା ବୈତରଣୀ ନଦୀର ନଦୀବନ୍ଧ । 15 ଦିନ ହେବ ଏକ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବନ୍ଧ । ନିମ୍ନମାନର କାମ ହୋଇଥିବାରୁ 15 ଦିନରେ ନଦୀବନ୍ଧ ଧସିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

Baitarani river

ଭଦ୍ରକ ଜିଲ୍ଲା ଆରଡ଼ି ଷାଠିବାଙ୍କୁଡା ଠାରେ ବୈତରଣୀ ନଦୀର ନଦୀବନ୍ଧ ଧସିଛି । ଫଲରେ ଷାଠିବାଙ୍କୁଡା ଓ ବୋଡକ ଦୁଇଟି ଗ୍ରାମର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏପରିକି ଆରଡ଼ି ଏବଂ ୟାୟପୁର ମୁଖ୍ୟ ଜାତୟ ରାଜପଥ ବିଛିନ୍ନ ହେବାର ଆଶଙ୍କା ମଧ୍ୟ ରହିଛି ।

ଭଦ୍ରକ ଜିଲା ଷାଠିବାଙ୍କୁଡା ଠାରେ ପ୍ରବାହିତ ବୈତରଣୀ ନଦୀକୁ ଗତକାଲି ରାତିରେ ପାଖାପାଖି 2ଶହ ଫୁଟର ନଦୀବନ୍ଧ ଧସିଯାଇଛି । ବର୍ଷାଋତୁକୁ ଆଖି ଆଗରେ ରଖି ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ବନ୍ଧର ସ୍ଥାୟୀ ମରାମତି ପାଇଁ ମାଟି ପକାଯାଇଥିଲା । ଏହାସହ ମାଟି ଯେପରି ଜୁଆର ଓ ବନ୍ୟାପାଣିରେ ଧୋଇ ନଯିବ ସେଥିପାଈଁ ପଥର ପ୍ୟାକିଂ ମଧ୍ୟ କରାଯାଇଥିଲା । ହେଲେ କାମ ହେବାର 15 ଦିନ ବି ବିତିନି । ନଦୀଗର୍ଭରେ ଲୀନ ହୋଇଯାଇଛି 2 ଶହ ମିଟର ବନ୍ଧ ।

ଆସନ୍ତାକାଲି ପୂର୍ଣ୍ଣିମା ତିଥି ଥିବାରୁ ନଦୀରେ ଜୁଆର ଢେଉ ବୃଦ୍ଧି ପାଇବ । ଯଦି ବନ୍ଧ ସମ୍ପୂର୍ଣ୍ଣ ଧସିଯାଏ, ତାହାଲେ ବନ୍ଧକୁ ଲାଗି ଥିବା ଆଖଣ୍ଡଳମଣି ଯାଜପୁର ଜାତୀୟ ରାଜପଥ ପ୍ରଭାବିତ ହେବା ସହ ବିଛିନ୍ନ ହେବାର ଆଶଙ୍କା ଦେଖାଦେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+