ଝାରପଡ଼ା ଜେଲରୁ ସ୍ଥାନାନ୍ତର ହେବେ 20 କଏଦୀ !
ଭୁବନେଶ୍ୱର: ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ ଘଟଣା ପରେ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ 20 କଏଦୀ । ଚକରା ଓ ଶମ୍ଭୁ ସହ 20 କଏଦୀଙ୍କୁ ସ୍ଥାନାନ୍ତର କରିବା ପାଇଁ କୋର୍ଟକୁ ଅନୁମତି ମଗାଯାଇଛି । ଏ ନେଇ ସୂଚନା ଦେଇଛ୍ତି ଜେଲ୍ ଡିଜି ।

ଜେଲ୍ରେ ପିଟାପିଟି ଘଟଣାରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି । ଗୃହ ବିଭାଗକୁ ତଦନ୍ତ ସମ୍ପର୍କିତ ରିପୋର୍ଟ ପଠାଯାଇଛି । ଜେଲ୍ କର୍ତ୍ତୃପକ୍ଷଙ୍କ ତ୍ରୁଟି ଧରାପଡ଼ିଥିବା କହିଛନ୍ତି ଜେଲ୍ ଡିଜି ।
ଏହା ସହ ଗତକାଲି ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଥିଲା । କମିଶନରେଟ ପୋଲିସ ପକ୍ଷରୁ ଜେଲରେ ଚଢ଼ାଉ ହୋଇଥିଲା । 3 ଦିନ ତଳେ ଚକରା ଓ ଶମ୍ଭୁ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା । ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ମଧ୍ୟ ହୋଇଛି । ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଜେଲ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି । ଜେଲକୁ କିଭଳି ନିଶାଦ୍ରବ୍ୟ ଚାଲାଣ ନହେବ ସେ ନେଇ ତାଗିଦ କରାଯାଇଛି ।












Click it and Unblock the Notifications