ଓଲଟିଲା ଗୋରୁ ବୋଝେଇ ଟ୍ରକ୍, 20 ରୁ ଅଧିକ ଗୋରୁ ମୃତ
ସୋନପୁର: ଓଲଟିଲା ଗୋରୁ ବୋଝେଇ ଟ୍ରକ୍ । ଦୁର୍ଘଟଣାରେ 20 ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଦୁର୍ଘଟଣା ଘଟିଛି ସୋନପୁର ବିଶିମୁଣ୍ଡା ଛକରେ ।

ଆଜି ସକାଳେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କଣ୍ଟେନରରେ ଶତାଧିକ ଗୋରୁ ଚାଲାଣ ହେଉଥିଲା । ବିଶିମୁଣ୍ଡା ଛକରେ ଗୋରୁ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଅନେକ ଗୋରୁ ଗାଡ଼ି ତଳେ ଚାପି ହୋଇ ଯାଇଥିବାବେଳେ 20 ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଛି । ସୋନପୁର ପୁର ପୁଲିସ ଓ ସ୍ଥାନୀୟ ଲୋକେ ଗୋରୁଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।












Click it and Unblock the Notifications