Get Updates
Get notified of breaking news, exclusive insights, and must-see stories!

ଅଦା ଚାଷ ପାଇଁ ହେକ୍ଟର ପିଛା ୨ ଲକ୍ଷ ୪୦ ହଜାର ଟଙ୍କାର ରିହାତି, ଅଦା ଓ ହଳଦୀ ଚାଷ ପାଇଁ ବିଶେଷ ରିହାତି ବ୍ୟବସ୍ଥା

turmeric

ଭୁବନେଶ୍ୱର : ଆମ ରାଜ୍ୟର ଲୋକମାନଙ୍କର ରୋଷେଇ ଘରେ ଅଦା ଓ ହଳଦୀ ଏକ ନିତ୍ୟ ଆବଶ୍ୟକ ମସଲା ଭାବରେ ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ । ରାଜ୍ୟର ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଅଦା ଓ ହଳଦୀ ଚାଷକୁ ବ୍ୟାପକ ଓ ବ୍ୟବସ୍ଥିତ କରିବା ପାଇଁ ପ୍ରଚଳିତ ମାର୍ଗଦର୍ଶିକାରେ ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟରେ ଅଦା ଓ ହଳଦୀ ଚାଷକୁ ପ୍ରୋତ୍ସାହିତ କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନକୃଷି ପକ୍ଷରୁ ପ୍ରଚଳିତ 'ଆଳୁ, ପନିପରିବା ଓ ମସଲା ଚାଷ ଯୋଜନା ୨୦୨୨- ୨୩'ରେ ସଂଶୋଧନ ଅଣାଯାଇ ରାଜ୍ୟରେ ଅଦା ଓ ହଳଦୀ ଚାଷ ପାଇଁ ବିଶେଷ ସରକାରୀ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି ।

ନୂତନ ମାର୍ଗଦର୍ଶିକା ଫଳରେ ରାଜ୍ୟରେ ଅଦା ଓ ହଳଦୀ ଚାଷ ଏକ ନୂତନ ଶିଖର ଛୁଇଁବା ସହ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି । ପୂର୍ବ ମାର୍ଗଦର୍ଶିକାରେ ପରିବର୍ତ୍ତନ ଅଣାଯାଇ ରାଜ୍ୟରେ ଅଦାର ଚାହିଦା ଓ ଚାଷ ଖର୍ଚ୍ଚକୁ ଆଖି ଆଗରେ ରଖି ଚଳିତ ବର୍ଷ ଅଦା ଚାଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏକ ହେକ୍ଟର ପିଛା ଅଦା ଚାଷ ପ୍ରତି ପୂର୍ବରୁ ଥିବା ରିହାତି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛି । ନୂତନ ବ୍ୟବସ୍ଥାରେ ହେକଫର ପିଛା ବିହନ ବାବଦକୁ ଖର୍ଚ୍ଚ ୨ ଲକ୍ଷ ୨୫ ହଜାର ଟଙ୍କା ସହ ଆନୁଷଙ୍ଗିକ ଖର୍ଚ୍ଚ ଯଥା - ବିହନ ବିଶୋଧନ, ସାର ଓ ଜୈବିକ ସାର ଏବଂ ରୋଗପୋକ ନିୟନ୍ତ୍ରଣ ଇତ୍ୟାଦି ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କା ରିହାତି ପ୍ରଦାନ କରାଯିବ ।

ଏହିପରି ଅଦାଚାଷ ପାଇଁ ସର୍ବମୋଟ ହେକଫର ପ୍ରତି ୨ଲକ୍ଷ ୪୦ ହଜାର ଟଙ୍କାର ସରକାରୀ ରିହାତିର ବ୍ୟବସ୍ଥା କରାଯାଇଛି । ଜଣେ ଚାଷୀ ସର୍ବାଧିକ ୧ ହେକ୍ଟର ଚାଷ ପାଇଁ ସରକାରୀ ରିହାତିର ସୁବିଧା ଉପଲବ୍ଧ କରିପାରିବେ । ସେହିପରି ୧ ହେକ୍ଟର ହଳଦୀ ଚାଷ ନିମନ୍ତେ ମୋଟ ଚାଷ ଖର୍ଚ୍ଚ ୩,୬୮,୨୯୭ ଟଙ୍କାର ଶତକଡା ୪୦ଭାଗ ହିସାବରେ ୧,୪୭,୩୧୮ ଟଙ୍କା ସରକାରୀ ରିହାତି ପ୍ରଦାନ କରିବାର ନୂତନ ମାର୍ଗଦର୍ଶିକାରେ ବ୍ୟବସ୍ଥା କରାଯାଇଛି । ନୂତନ ମାର୍ଗଦର୍ଶିକାକୁ ନିର୍ଦ୍ଧାରିତ ଜିଲ୍ଲାର ଉଦ୍ୟାନକୃଷି ଉପନିର୍ଦ୍ଦେଶକମାନଙ୍କୁ ପ୍ରେରଣ କରାଯାଇ ଯଥାଶୀଘ୍ର ଅଦା ଓ ହଳଦୀ ଚାଷକୁ ବ୍ୟାପକ ଓ ସୁବ୍ୟବସ୍ଥିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦେଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+