ଓଲଟିଲା ଭ୍ୟାନ୍, 17 ବିଏସଏଫ୍ ଯବାନ ଆହତ
ମାଲକାନଗିରି: ଓଲଟିଲା ବିଏସଏଫ୍ ଭ୍ୟାନ୍ । ମାଲକାନଗିରି ଛତିଶଗଡ ସିମାନ୍ତ ନାରାୟଣପୁର ଜିଲ୍ଲାରେ ବିଏସଏଫ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭ୍ୟାନ ଓଲଟିବା ଫଳରେ 17 ଜଣ ବିଏସଏଫ ଜବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସମସ୍ତ ଆହତମାନଙ୍କୁ ବାୟୁ ସେନାର ଦୁଇଟି ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି ।

ରାଓଘାଟା ଥାନା ଅନ୍ତର୍ଗତ କୁମହାରି ଗାଁ ନିକଟରେ ହୋଇଛି ଦୁର୍ଘଟଣା । ବିଏସଏଫ 162 ବାଟାଲିଆନର ଜବାନମାନେ ନାରାୟଣପୁରରୁ ଏକ ଭ୍ୟାନରେ ବସି କୋଣ୍ଡାଗାଁ ଯାଇଥିବା ବେଳେ ଜଙ୍ଗଲ ରାସ୍ତାର ଏହି ଦୁର୍ଘଟଣା ହୋଇଥିବା ନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି ପୁଷ୍କର ଶର୍ମା ।












Click it and Unblock the Notifications