ରଥଯାତ୍ରାରେ ତାଳଧ୍ୱଜ ଟଣା ବେଳେ ଅଘଟଣ, ଠେଲାପେଲା ହୋଇ 15 ଆହତ
ପୁରୀ: ରଥଯାତ୍ରାରେ ଅଘଟଣ । ରଥଟଣା ବେଳେ ହୋଇଛି ଠେଲାପେଲା । ତାଳଧ୍ୱଜ ରଥ ଟଣା ବେଳେ ହୋଇଛି ଠେଲାପେଲା ।
ଏହି ସମୟରେ ମରିଚିକୋଟ ଛକ ନିକଟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ 15 ଜଣ ଆହତ ହୋଇଛନ୍ତି । 4 ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼଼ିଛି । ଆହତମାନଙ୍କୁ ଉଦ୍ଧାର କରି ସୁରକ୍ଷାକର୍ମୀ ପୁରୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ 170 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ପ୍ରସ୍ତୁତ ହୋଇଛି । ପୁରୀ ସହର ଭିତରେ ଦୁଇଟି ଓ ବାହାର ଅଞ୍ଚଳର ଟ୍ରାଫିକ ବ୍ୟବସ୍ଥାକୁ 3 ଭାଗରେ ବିଭକ୍ତ କରାଯାଇଛି । ପ୍ରତିଟି କୋଣ ଅନୁକୋଣରେ ସିସିଟିଭି ଲଗାଯାଇଛି ।












Click it and Unblock the Notifications