ସଞ୍ଜିବନୀ ସାଜିଲା ବିଏସକେୱାଇ, ଯୁବତୀଙ୍କ ପେଟରୁ ବାହାରିଲା 12 କେଜିର ଟ୍ୟୁମର
ଭୁବନେଶ୍ୱର: ଅସହାୟ ଗରିବଙ୍କ ସାହା ପାଲଟିଛି ବିଏସକେୱାଇ । ଗରିବଙ୍କୁ ବିନା ମୂଲ୍ୟରେ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେଉଛି ରାଜ୍ୟ ସରକାରଙ୍କ ବିଏସକେୱାଇ । ସରକାରଙ୍କ ଏହି ମହତ୍ୱକାଂକ୍ଷୀ ଯୋଜନାର ଲାଭ ପାଇଛନ୍ତି ଜଣେ ଗରିବ ଆଦିବାସୀ ଯୁବତୀ ।

ମୟୁରଭଞ୍ଜର 25 ବର୍ଷୀୟ ଆଦିବାସୀ ମହିଲା ତୁଳସୀ ହୋ । ତୁଳସୀ ଦୀର୍ଘ ଦିନ ଧରି ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ବିଭିନ୍ନ ସ୍ଥାନରେ ଚିକିତ୍ସା ସତ୍ତ୍ବେ ଯନ୍ତ୍ରଣାରୁ ଉପଶମ ମିଳୁନଥିଲା । ଅତ୍ୟଧିକ ଯନ୍ତ୍ରଣା ପରେ ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲ ବିବେକାନନ୍ଦ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ତେବେ ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା । ସିଟି ସ୍କାନରେ ଜଣାପଡ଼ିଥିଲା କି ପେଟରେ 12 କେଜିର ଏକ ଟ୍ୟୁମର ରହିଛି । ଏହା ପରେ ବିଏସକେୱାଇ ଅଧିନରେ ଆରମ୍ଭ ହୋଇଥିଲା ଚିକିତ୍ସା ।
ଜଟିଳ ଅସ୍ତ୍ରୋପଚାର ପାଇଁ ଗଠନ ହୋଇଥିଲା ଡାକ୍ତରୀ ଟିମ୍ । ସଫଳତା ସହ ଅସ୍ତ୍ରୋପଚାର ନେଇ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଦୀର୍ଘ 8 ଘଣ୍ଟାର ଅପରେସନ୍ ପରେ ଯୁବତୀଙ୍କ ପେଟରୁ 12 କେଜିର ଟ୍ୟୁମର ବାହାରିଥିଲା ।
ଚଳିତ ମାସ 11 ତାରିଖରେ ଯୁବତୀଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ପେଟରେ ଟ୍ୟୁମରଟି କିଡନୀ ଏବଂ ଅନ୍ତଃନଳୀକୁ ଲାଗି ରହିଥିଲା । ଏହାର ଓଜନ ପାଖାପାଖି 12 କେଜି ଓ ଏହାର ଆକାର 40 ସେମି ହେବ ବୋଲି ଜଣାପଡିଛି । ଏହି ସଫଳ ଅସ୍ତ୍ରୋପଚାର ଟିମରେ ଡାକ୍ତର ପି.ଆଚାର୍ଯ୍ୟ (ସର୍ଜନ), ଡକ୍ଟର ଏସ ସାହୁ (ଆନାସ୍ଥେସିଆ) ଏବଂ ପାରାମେଡିକ୍ସ ରହିଥିଲେ । ଅପରେସନ ପରେ ରୋଗୀ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ବିଏସକେୱାଈ ଯୋଜନାରେ ଏକ ଘରୋଇ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର କରାଯାଇଛି ।
-
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ...












Click it and Unblock the Notifications