ନବରଙ୍ଗପୁର ବନ୍ଦ: 6 ଦଫା ଦାବିରେ 12 ଘଣ୍ଟିଆ ନବରଙ୍ଗପୁର ବନ୍ଦ ଡାକରା
ନବରଙ୍ଗପୁର ବନ୍ଦ: ଆଜି 12 ଘଣ୍ଟିଆ ନବରଙ୍ଗପୁର ବନ୍ଦ । 6 ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ମଙ୍ଗଳବାର ଦିନ ଏହି ବନ୍ଦ ଡାକରା ଦେଇଛି ବିଜେପି ଯୁବ ମୋର୍ଚ୍ଚା । ବନ୍ଦ ପ୍ରଭାବରେ ଯାତାୟତ ପ୍ରଭାବିତ ହୋଇଛି ।

ବନ୍ଦ ଡାକରା ପ୍ରଭାବରେ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ ହୋଇଛି । ଏହାସହ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଅନ୍ୟପଟେ ବନ୍ଦ ପ୍ରଭାବରେ ଯାତାୟତ ପ୍ରଭାବିତ ହୋଇଛି । ରାସ୍ତାରେ ଅନେକ ଗାଡି ଉଭୟ ପଟେ ଅଟକି ରହିଛି । ଯେଉଁଥିଲାଗି ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଛି ।
ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସକାଳ 6 ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଯୁବ ମୋର୍ଚ୍ଚା ସଭାପତିଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ 26 ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି ।
ଜମି ଅଧିଗ୍ରହଣରେ ବିଳମ୍ବ, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଜିଲ୍ଲା ଭିତିକ ନିଯୁକ୍ତି ଦାବି, ନବରଙ୍ଗପୁର ଓ ଉମରକୋଟ ପେଣ୍ଡରାଣି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି କରିଛି ଦଳ । ଏହା ସହ ଉମରକୋଟରେ ପ୍ରସ୍ତାବିତ 500 କୋଟି ଟଙ୍କା ବ୍ୟୟରେ ଇଥାନଲ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ, ମେଡିକାଲରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି ସହ ଉମରକୋଟକୁ ସବଡିଭିଜନ୍ ଦାବି ନେଇ ବନ୍ଦ ପାଳନ କରାଯାଉଛି । ତୁରନ୍ତ ଦାବି ପୂରଣ ନହେଲେ ଭବିଷ୍ୟତରେ ସଚିବାଳୟ ଆଗରେ ପ୍ରତିବାଦ ସହ ଧାରଣା ଦିଆଯିବ ବୋଲି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।












Click it and Unblock the Notifications