ଜିଲ୍ଲା ଘୋଷଣା ଦାବିରେ 12 ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ
କଣ୍ଟାବାଞ୍ଜି: ଜିଲ୍ଲା ମାନ୍ୟତା ଦାବିରେ ଆଜି କଣ୍ଟାବାଞ୍ଜି ବନ୍ଦ । 12 ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦେଇଛି ଜିଲ୍ଲା ସଂଘର୍ଷ ସମିତି । ଏହା ପ୍ରଭାବରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ, କଲେଜ ସହ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ।

ତେବେ ଗାଡି ମଟର ଚଳାଚଳ ସ୍ୱାଭାବିକ ରହିଛି । ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଆଜିର ଏହି ବନ୍ଦରେ ସହରର 40 ରୁ ଅଧିକ ଅନୁଷ୍ଠାନ ସାମିଲ ହୋଇଛନ୍ତି l ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି l
ଏନଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା, ଅମରେନ୍ଦ୍ର ତାଣ୍ଡି, ବେଦବ୍ୟାସ ନାଗ, ପ୍ରଦୀପ ବାଗ, କୁଞ୍ଜବିହାରୀ ବେହେରା, କୈଳାସ ଦୀପ, ଶୈଳେନ୍ଦ୍ର ନାରାୟଣ ବେହେରା, ଅଜୟ ଅଗ୍ରୱାଲ, ଦୀପକ ଶର୍ମା, ହେମାଳ ସଙ୍ଘ ସଂପାଦକ ବିସର୍ଵ ବେହେରାଙ୍କ ସମେତ ଅନେକ ଲୋକ ଏଥିରେ ସାମିଲ ଅଛନ୍ତି ।












Click it and Unblock the Notifications