ଏହି ଜିଲ୍ଲାରେ ମିଳିଲା 1115 ଫୁଟର ଜଳପ୍ରପାତ
ବଣ ଜଙ୍ଗଳରେ ପରିପୂର୍ଣ୍ଣ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟର କଥା ତ ସାରା ଦୁନିଆରେ ଚର୍ଚ୍ଚା ରେ ରହିଛି । ଜଙ୍ଗଲ ପାହାଡ଼ରେ ଜଳପ୍ରପାତ ଠାରୁ ନେଇ ଅନେକ ଅଭ୍ୟୟାରଣ୍ୟ ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଏହାର ବିଶେଷ ପରିଚୟ ପାଇଛି । ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ଜଳପ୍ରପାତ ।

ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପାଇଁ ଦେଶରେ ଜଣାଶୁଣା ଥିବା ବେଳେ ଏଠାରେ ଏବେ ବି ଅନେକ ଅନାଲୋଚିତ ଓ ଅନାବିଷ୍କୃତ ସ୍ଥାନ ରହିଛି। ଏଠାରେ ଠାବ ହୋଇଛି ଏକ ବଡ଼ ଜଳପ୍ରପାତ । ଜଳପ୍ରପାତର ଉଚ୍ଚତା ରହିଛି 1115 ଫୁଟ୍ ।
ଶିମିଳିପାଳ ଜାତୀୟ ଉଦ୍ୟାନରେ ଏଭଳି ସ୍ଥାନଗୁଡ଼ିକୁ ଲୋକଲୋଚନକୁ ଆଣିବା ଓ ପର୍ଯ୍ୟଟନର ବିକାଶ ନିମନ୍ତେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଅନୁଷ୍ଠାନ 'ମୟୂରଭଞ୍ଜ ମିରର୍' ଏହି ଅନାଲୋଚିତ ଜଳପ୍ରପାତ ଠାବ କରିଛି । ବାସିପିଠା ନିକଟସ୍ଥ ସୁବର୍ଣ୍ଣମଞ୍ଜରୀଠାରୁ ପ୍ରାୟ 5 କି.ମି ଘଞ୍ଚ ଜଙ୍ଗଲ ମଧ୍ୟରେ ଠାବ କରାଯାଇଛି 'ସୁବର୍ଣ୍ଣଝରଣ' ନାମକ ଏକ ଆକର୍ଷଣୀୟ ଓ 1115 ଫୁଟ୍ ଉଚ୍ଚର ଜଳପ୍ରପାତ । 6 ସ୍ତର ବିଶିଷ୍ଟ 'ସୁବର୍ଣ୍ଣଝରଣ' ଜଳପ୍ରପାତର 4 ଟି ସ୍ତର ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଦୁଇଟି ସ୍ତର ଗଛପତ୍ରର ସବୁଜ ଆବରଣ ଭିତରେ ଲୁଚି ରହିଛି ।
ଏହା ବାଦ୍ ମୟୁରଭଞ୍ଜ ଜିଲ୍ଲାର ଭୀମକୁଣ୍ଡ, ଦେବକୁଣ୍ଡ ଆଦି ଅନେକ ଜଣାଶୁଣା ଜଳପ୍ରପାତ ରହିଛି । ଯାହାକି ପର୍ଯ୍ୟଟକ ତଥା ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଥାଏ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications