ସପ୍ତାହନ୍ତ ସଟଡାଉନରେ ବାତିଲ ହେଲା ଏହି ୧୧ ଟ୍ରେନ ଚଳଚଳ

ଆସନ୍ତାକାଲି ଲାଗୁ ହେବାକୁ ଥିବା ସପ୍ତାହନ୍ତ ସଟଡାଉନରେ ବାତଲ ହୋଇଛି ଏହି ୧୧ ଟ୍ରେନ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱର: ଲକଡାଉନ ଭିତରେ ସଟଡାଉନ । ସପ୍ତାହନ୍ତ ସଟଡାଉନରେ ବାତିଲ ହେଲା ୧୧ ଟ୍ରେନ । ଯଦି ଆପଣ ଆସନ୍ତାକାଲି ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଆଉ ଥରେ ଯାଞ୍ଚ କରି ନିଅନ୍ତୁ ଆପଣଙ୍କ ରିଜର୍ବଭେସନ ଟିକେଟ । କାରଣ ଆସନ୍ତାକାଲି ଲାଗୁ ହେବାକୁ ଥିବା ସପ୍ତାହନ୍ତ ସଟଡାଉନରେ ବାତଲ ହୋଇଛି ଏହି ୧୧ ଟ୍ରେନ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

special train

ଏହି ୧୧ଟି ଟି ଟ୍ରେନ୍ ହେଉଛି, ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର ବିଶେଷ ଟ୍ରେନ, ପୁରୀ-ଅନୁଗୁଳ-ପୁରୀ, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ପୁରୀ-କଟକ-ପୁରୀ, କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ,କଟକ-ଭଦ୍ରକ-କଟକ, ବିଶାଖାପାଟଣା-ରାଇପୁର-ବିଶାଖାପାଟଣା, ଭୁବନେଶ୍ୱର-ପଲାସା-ଭୁବନେଶ୍ୱର, ରାୟଗଡା-ସମ୍ବଲପୁର-ରାୟଗଡ଼ା ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ ମେ ମାସ ୮, ୯, ୧୫ ଏବଂ ୧୬ ତାରିଖ ଦିନ ବାତିଲ ରହିବ।

ସେହିଭଳି ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱର ଠାରୁ ମଇ ମାସ ୮, ୮, ୧୫ଏବଂ ୧୬ ତାରିଖ ଦିନ ଏବଂ ବାଙ୍ଗିରିପୋସିରୁ ୯, ୧୦, ୧୧ ଏବଂ ୧୭ ମେ, ୨୦୨୧ରେ ବାତିଲ ରହିବ। ପୂର୍ବରୁ ୭ଟି ଟ୍ରେନ ବାତିଲ କରାଯାଇଥିଲା। ଏବେ ଷ୍ଟେସନରେ କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ କରାଯାଉଛି। ମାସ୍କ, ସାନିଟାଇଜେସନ ଉପରେ ବିଷେଷ ଗୁରୁତ୍ୱ ଦିଆଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+