ଆକ୍ସନ ମୋଡ଼ରେ ଅବକାରୀ ବିଭାଗ; ୧୦ ହଜାର ଲିଟର ପୋଚ ଜବତ୍
ଭୁବନେଶ୍ୱର: ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ । ପୂଜା ପାଇଁ ପ୍ରସ୍ତୁତ ହେଉଥିଲା ମଦ ଉପରେ ରେଡ୍ । ପ୍ରାୟ ୧୦ ହଜାର ଲିଟର ପୋଚ ସହ ୧ ହଜାର ଲିଟର ଦେଶୀ ମଦ ଜବତ । ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ ।
ଶହ ଶହ ଲିଟର ମଦ ନଷ୍ଟ କରିବା ସହ ବ୍ୟାପକ ଚଢ଼ାଉ କରିଛି ଅବକାରୀ ବିଭାଗ । ଭୁବନେଶ୍ୱର ଅବକାରୀ ଥାନା ପକ୍ଷରୁ IIC ବିକାଶ ନାୟକଙ୍କ ନିର୍ଦ୍ଦେଶ ରେ ଏହି ଚଢ଼ାଉ କରାଯାଇ ୧୫ ଜଣଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।
ସଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେଶାଲ ମଦ ରନ୍ଧା । ଚଢ଼ାଉ କଲା ଅବକାରୀ ବିଭାଗ । ଶହ ଶହ ଲିଟର ମଦ ନଷ୍ଟ କରିବା ସହ ବ୍ୟାପକ ଚଢ଼ାଉ କରିଛି ଅବକାରୀ ବିଭାଗ ।

ଆଗକୁ କୁମାର ପୂର୍ଣ୍ଣିମା ଥିବା ବେଳେ ଦେଶୀ ମଦର ଡିମାଣ୍ଡକୁ ଦୃଷ୍ଟିରେ ରଖି ତିଆରି ଚାଲିଥିବା ଗିରଫ ପରେ କହିଛନ୍ତି ଅଭିଯୁକ୍ତ । ସେପଟେ ଆଗକୁ ବସ୍ତି ଓ ଚୋରା ମଦ ଆଡ୍ଡା ଉପରେ ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ । ତେବେ ପୂଜା ପାଇଁ ଏତେ ବ୍ୟାପକ ପରିମାଣର ତିଆରି ଚାଲିଥିବା ସେମାନେ ସ୍ୱୀକାର କରିଛନ୍ତି ।












Click it and Unblock the Notifications