ମାଛ ଖାଇବାରୁ ମାଛରଙ୍କା କୁ ହତ୍ୟା, ଗିରଫ ହେଲା ଯୁବକ
ଭୁବନେଶ୍ୱର : ସାମାନ୍ୟ ମାଛ ପାଇଁ ଚାଲିଗଲା ଏକ ନୀରିହ ପକ୍ଷୀର ଜୀବନ । ଚିଙ୍ଗୁଡ଼ି ଖାଇଦେଲା ବୋଲି ମାଛରଙ୍କାକୁ ମାରିଦେଲା ଯୁବକ । ଏହି ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏ ନେଇ ଅବଗତ ହେବା ପରେ ଯୁବକଙ୍କୁ ଗିରଫ କରିଛି ବନ ବିଭାଗ ।

ଗିରଫ ଯୁବକ ହେଲେ କେନ୍ଦ୍ରପଡ଼ା ରାଜକନିକା ତାଳଚୁଆ ପଟାପରିଆର ଗୁରୁ ଦଳାଇ । ସେ ଏକ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ବେଳେ ମାଛରଙ୍କା ସେଠାରୁ ଚିଙ୍ଗୁଡି ଖାଇ ଦେଇଥିଲା । ଏତିକିରେ ସେ ମାଛରଙ୍କାକୁ ମାରି ଦେଇଥିଲେ । ଏପରିକି ଏହାର ଭିଡିଓ ରେକର୍ଡିଂ କରି ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ।
ନିଜ ପୋଷ୍ଟ ନିଜ ପାଇଁ ସାଜିଲା କାଳ । ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଖବର ପାଇ କନିକା ରେଞ୍ଜ ଅଫିସର ଚଢ଼ାଉ କରି ଗୁରୁ ଦଳାଇକୁ ଗିରଫ କରିଛନ୍ତି ।












Click it and Unblock the Notifications